Latest Odisha News

BREAKING NEWS

ଉଦଘାଟନୀର ୧୨ ଦିନ ପରେ ଏକ୍ସପ୍ରେସୱେରେ ଫାଟ, ଖର୍ଚ୍ଚ ହୋଇଥିଲା ୪,୨୦୦ କୋଟି

ଉନ୍ନାଓ: ଉତ୍ତର ପ୍ରଦେଶର ଲକ୍ଷ୍ନୌ-କାନପୁର ଗ୍ରୀନଫିଲ୍ଡ ନ୍ୟାସନାଲ ଏଲିଭେଟେଡ୍ ଏକ୍ସପ୍ରେସୱେ ଉଦଘାଟନର ମାତ୍ର ୧୨ ଦିନ ପରେ ଏଥିରେ ଫାଟ ଦେଖାଦେଇଛି। ବର୍ଷା ଯୋଗୁଁ ପ୍ରାୟ ୫ରୁ ୭ଫୁଟ ରାସ୍ତା ଧସିଯାଇଛି, ଯାହା ନିର୍ମାଣ ସଂସ୍ଥାର ନିର୍ମାଣ ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି।

ବର୍ଷା ସମୟରେ ଏକ୍ସପ୍ରେସୱେ ରାସ୍ତା ଧସି ଯାଇଥିବାର ଏକ ଭିଡିଓ ସମାଜବାଦୀ ପାର୍ଟିର ଜଣେ ନେତା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ଏକ୍ସପ୍ରେସୱେ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଭିଡିଓ ଭାଇରାଲ ପରେ ଏହି ମରାମତି କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି।

୪,୨୦୦ କୋଟି ଟଙ୍କାର ହାଇଟେକ୍ ଲକ୍ଷ୍ନୌ-କାନପୁର ଗ୍ରୀନଫିଲ୍ଡ ନ୍ୟାସନାଲ ଏଲିଭେଟେଡ୍ ଏକ୍ସପ୍ରେସୱେକୁ ଜୁଲାଇ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଉଦଘାଟନ କରିଥିଲେ। ୬୩ କିଲୋମିଟର ଏକ୍ସପ୍ରେସୱେ ଉଦଘାଟନର ମାତ୍ର ୧୨ ଦିନ ପରେ ଭୁଶୁଡ଼ି ପଡ଼ିବା ଉକ୍ତ ପ୍ରକଳ୍ପର ନିର୍ମାଣ ଗୁଣବତ୍ତା ଏବଂ ମନିଟରିଂ ସିଷ୍ଟମ ଉପରେ ଅନେକ ପ୍ରଶ୍ନ ଉଠାଇଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

ସମାଜବାଦୀ ପାର୍ଟି ନେତା ମଧୁସୂଦନ ଯାଦବ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ନିର୍ମାଣ ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଥିଲେ।

 

Leave A Reply

Your email address will not be published.