Latest Odisha News

BREAKING NEWS

Brown Sugar Seized: ମା ’ପୁଅଙ୍କ ନିକଟରୁ ୪୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା: ମାଆ ପୁଅଙ୍କ କଳା କାରନାମା । ବ୍ରାଉନ ସୁଗର ବେପାର କରଥିବାବେଳେ, ଧରିପକାଇଲା ଖୋର୍ଦ୍ଧା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗର କରାଯାଇଥିବାବେଳେ, ଉଭୟଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଖୋର୍ଦ୍ଧା ନବିନାବାଗ ଅଞ୍ଚଳର ଲୋକନାଥ ପାଇକରାୟ ଏବଂ ମାମି ପାଇକରାୟ ।

ଅଭିଯୁକ୍ତମାନଙ୍କଠାରୁ ୪୬୦ ଗ୍ରାମର ବ୍ରାଉନ ସୁଗର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୪୬ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ସ୍କୁଟି ଏବଂ ୭ ହଜାର ଟଙ୍କା ଜବତ କରିଛି ଅବକାରୀ ବିଭାଗ ।

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ଟାଉନ ଥାନା ଅନ୍ତର୍ଗତ ଶକ୍ତି ନଗର ଅଞ୍ଚଳରେ ଚଢ଼ାଉ କରି ଉଭୟ ମାଆ ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.