Latest Odisha News

BREAKING NEWS

‘Vasteguna Huiya’: ‘ଭାସ୍ତେଗୁନା ହୁଇୟା’ ସମସ୍ତଙ୍କ ପାଟିରେ ଗୋଟିଏ ଶବ୍ଦ! କ’ଣ ଆପଣ ଜାଣନ୍ତି ଏହାର ପ୍ରକୃତ ଅର୍ଥ…

ନୂଆଦିଲ୍ଲୀ: ଆପଣ ଯଦି ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ସର୍ଟ୍ସ କିମ୍ବା ଫେସବୁକ୍ ରିଲ୍ସ ଦେଖୁଛନ୍ତି, ତେବେ ନିଶ୍ଚୟ “ଭାସ୍ତେଗୁନା ହୁଇୟା” (Vasteguna Huiya) ଶବ୍ଦଟି ଶୁଣିଥିବେ। ଆଜିକାଲି ପ୍ରାୟ ପ୍ରତ୍ୟେକ ରିଲ୍‌ରେ ଏହି ଶବ୍ଦ ଶୁଣିବାକୁ ମିଳୁଛି। ଦିଲ୍ଲୀ ଜନ୍ତରମନ୍ତରରେ ହୋଇଥିବା ଜେନ ଜେଡ୍ ପ୍ରୋଟେଷ୍ଟରେ ଏହି ଶବ୍ଦଟିକୁ ବେଶୀ ଅଧିକ ଶୁଣିବାକୁ ମିଳିଥିଲା । ଅନେକ ଏହାକୁ ମଜାଳିଆ ଢଙ୍ଗରେ କହୁଥିବା ବେଳେ, ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି, ବାସ୍ତବରେ ‘ଭାସ୍ତେଗୁନା ହୁଇୟା’ର ଅର୍ଥ କ’ଣ?

ଏହି ଶବ୍ଦ ପୂର୍ବରୁ ସୋସିଆଲ ମିଡିଆରେ କେବେ କେବେ ଶୁଣିବାକୁ ମିଳୁଥିଲା। କିନ୍ତୁ CJP ପକ୍ଷରୁ ଜନ୍ତରମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ ଜଣେ ଯୁବକ ପୋଲିସଙ୍କ ସହ ମଜାଳିଆ ଢଙ୍ଗରେ “ଭାସ୍ତେଗୁନା ହୁଇୟା” କହିଥିବା ଭିଡିଓ ଭାଇରାଲ୍ ହେବା ପରେ ଏହା ଟ୍ରେଣ୍ଡରେ ପରିଣତ ହୋଇଯାଇଛି। ଏହାପରେ ଏହି ଡାଏଲଗ୍‌କୁ ନେଇ ଅସଂଖ୍ୟ ମିମ୍, ରିଲ୍ସ ଓ ଛୋଟ ଭିଡିଓ ତିଆରି ହେବାରେ ଲାଗିଛି। କିନ୍ତୁ କ’ଣ ଆପଣ ଜାଣନ୍ତି ଏହି ଶବ୍ଦର ଅର୍ଥ । ଏହା ଏକ ଅପଭ୍ରଶିଂତ ଶବ୍ଦ ଅଟେ ।

ସୋସିଆଲ ମିଡିଆରେ ମିଳୁଥିବା ସୂଚନା ଅନୁସାରେ, ଏହାର ମୂଳ ଉତ୍ସ Vine ପ୍ଲାଟଫର୍ମର ଏକ ପୁରୁଣା ଭିଡିଓ। ସେହି ଭିଡିଓରେ ଜଣେ ଯୁବକ “Can I Get A Hoya?” ବୋଲି ପ୍ରଶ୍ନ କରିଥିଲେ । ଅର୍ଥାତ୍ ସେ ତାଙ୍କ ଭିଡିଓରେ ଆସୁଥିବା ଲୋକଙ୍କୁ ଚିଅର ଅପ୍ କରିବା ପାଇଁ କହୁଥିଲେ । ଯାହାର ଉତ୍ତରରେ ହୋୟା(Hoya)ବୋଲି ଲୋକେ ଚିତ୍କାର କରୁଥିଲେ। ପରେ ସେହି ଅଡିଓକୁ ବିଭିନ୍ନ ମିମ୍ ଓ ରିଲ୍ସରେ ବ୍ୟବହାର କରାଯାଇଥିଲା। ହେଲେ ତାଙ୍କ ଉଚ୍ଚାରଣ ଶୈଳୀ ଏପରି ଥିଲା ଯେ, ଭାରତୀୟ କଣ୍ଟେଣ୍ଟ କ୍ରିଏଟରମାନେ ଏହାକୁ ନିଜ ଉଚ୍ଚାରଣ ଶୈଳୀରେ କହିବା ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ଏହା “ଭାସ୍ତେଗୁନା ହୁଇୟା” ଭାବେ ଅପଭ୍ରଶିଂତ ହୋଇ ଟ୍ରେଣ୍ଡ କରିବାକୁ ଲାଗିଲା।

ଅନେକ ଲୋକ ଭାବୁଛନ୍ତି ଏହା କୌଣସି ଗାଳି କିମ୍ବା ନୂଆ ସ୍ଲାଙ୍ଗ୍। କିନ୍ତୁ ଏଭଳି କୌଣସି ପ୍ରମାଣ ନାହିଁ। ବାସ୍ତବରେ ଅଧିକାଂଶ ସୋସିଆଲ ମିଡିଆ ୟୁଜର୍ ଏହାର ପ୍ରକୃତ ଅର୍ଥ ନଜାଣି କେବଳ ମଜା, ମିମ୍ ଓ ରିଲ୍ସ ପାଇଁ ବ୍ୟବହାର କରୁଛନ୍ତି। ଏହି ଶବ୍ଦର ଅର୍ଥକୁ ନେଇ ଏପର୍ଯ୍ୟନ୍ତ କୌଣସି ସର୍ବସମ୍ମତ ମତ ନାହିଁ। କେତେକ ଲୋକଙ୍କ ମତରେ ଏହାର କୌଣସି ଭାଷାଗତ ଅର୍ଥ ନାହିଁ, କେବଳ ମଜା ପାଇଁ ସୃଷ୍ଟି ହୋଇଥିବା ଏକ ଭାଇରାଲ୍ ଶବ୍ଦ।

ବର୍ତ୍ତମାନ “ଭାସ୍ତେଗୁନା ହୁଇୟା” Gen Z ପିଢ଼ିର ଏକ ମଜାଳିଆ ଟ୍ରେଣ୍ଡରେ ପରିଣତ ହୋଇଛି। ବନ୍ଧୁଙ୍କୁ ଟ୍ୟାଗ୍ କରିବା, ମିମ୍ ତିଆରି କରିବା ଓ ଫନି ରିଲ୍ସ ବନାଇବା ପାଇଁ ଏହି ଶବ୍ଦକୁ ବହୁଳ ଭାବେ ବ୍ୟବହାର କରାଯାଉଛି। ଅର୍ଥ ଅପେକ୍ଷା ଏହାର ମଜାଳିଆ ଉଚ୍ଚାରଣ ହିଁ ଏହାକୁ ଭାଇରାଲ୍ କରିଦେଇଛି।

Leave A Reply

Your email address will not be published.