Latest Odisha News

BREAKING NEWS

୨୦୨୭ ବିଶ୍ୱକପ୍‌ରେ ଭୁବନେଶ୍ୱର କରିବେ କି କମବ୍ୟାକ ?

ନୂଆଦିଲ୍ଲୀ:ଟିମ୍ ଇଣ୍ଡିଆରୁ ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ପୁଣି ଥରେ ଜାତୀୟ ଦଳକୁ ଫେରାଇ ଆଣିବା ନେଇ ଆଲୋଚନା ଜୋର ଧରିଛି । ଆଇପିଏଲରେ ଚମତ୍କାର ପ୍ରଦର୍ଶନ  ପରେ, ତାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍‌ରେ ସୁଯୋଗ ଦେବା ନେଇ ଦାବି ଉଠିଛି । ତେବେ ଦକ୍ଷିଣ ଆଫ୍ରିକା ମାଟିରେ ତାଙ୍କର ପୁରୁଣା ରେକର୍ଡ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ । ଦକ୍ଷିଣ ଆଫ୍ରିକାର ଦ୍ରୁତ ପିଚ୍‌ରେ ଭୁବନେଶ୍ୱରଙ୍କ ସୁଇଂ ଓ ସିମ୍ ପ୍ରଭାବଶାଳୀ ହୋଇପାରେ, କିନ୍ତୁ ଦିନିକିଆ କ୍ରିକେଟ୍‌ରେ ସେଠାରେ ତାଙ୍କ ରେକର୍ଡ ଅତି ଖରାପ ରହିଛି । ଭୁବନେଶ୍ୱର ଦକ୍ଷିଣ ଆଫ୍ରିକାରେ ୮ଟି ମ୍ୟାଚ ଖେଳି ୨ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । ଓଭରାଲ ୬୦ ଓଭର ବୋଲିଂ କରିୀ ୬.୬ ହାରରେ ୪୦୦ ରନ ଦେଇଛନ୍ତି । ଯାହାକି ଦିିନିକିଆ ପାଇଁ ଖରାପ ପ୍ରଦର୍ଶନ ଭାବେ ଗଣତି ହେବ ।

ପୂର୍ବତନ ସ୍ପିନର ଆର. ଅଶ୍ୱିନ୍ କହିଛନ୍ତି ଯେ, ଯଦି ଭୁବନେଶ୍ୱରଙ୍କୁ ବିଶ୍ୱକପ୍ ଖେଳାଇବାର ଅଛି, ତେବେ ତାଙ୍କୁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ । ତାଙ୍କୁ ଘରୋଇ କ୍ରିକେଟ୍, ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ବିଜୟ ହଜାରେ ଟ୍ରଫି ଖେଳି ନିଜର ଫିଟନେସ୍ ଓ ଫର୍ମ ପ୍ରମାଣିତ କରିବାକୁ ହେବ ।  ରେକର୍ଡ ଖରାପ ଥିଲେ ସୁଦ୍ଧା ଭୁବନେଶ୍ୱରଙ୍କ ନିକଟରେ ଅଭିଜ୍ଞତାର କୌଣସି ଅଭାବ ନାହିଁ। ସେ ଭାରତ ପାଇଁ ୧୨୧ଟି ଦିନିକିଆରେ ୧୪୧ଟି ୱିକେଟ୍, ୮୭ଟି ଞ୨୦ଓ ରେ ୯୦ଟି ୱିକେଟ୍ ଏବଂ ୨୧ଟି ଟେଷ୍ଟ ମ୍ୟାଚ୍‌ରେ ୫୩ଟି ୱିକେଟ୍ ହାସଲ କରିସାରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଦଳକୁ ତାଙ୍କ ଅଭିଜ୍ଞତାର ଆବଶ୍ୟକତା ପଡ଼ିପାରେ ବୋଲି ଅନେକ ବିଶେଷଜ୍ଞ ମନେକରନ୍ତି।

Leave A Reply

Your email address will not be published.