Latest Odisha News

BREAKING NEWS

ଖେଲୋ ଇଣ୍ଡିଆ: ୫ ବର୍ଷରେ ହେବ ୩୬,୪୪୧ କୋଟି ଖର୍ଚ୍ଚ, ଅଲମ୍ପିକ୍ସରେ…

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଦିନ ଖେଲୋ ଇଣ୍ଡିଆ ଯୋଜନାର ବିସ୍ତାର ଏବଂ ଜାତୀୟ କ୍ରୀଡା ମହାସଂଘ (NSF) କୁ ସହାୟତା ପାଇଁ ବଜେଟରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୩୬,୪୪୧ କୋଟି ଖର୍ଚ୍ଚକୁ ଅନୁମୋଦନ କରିଛି। ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ଖେଲୋ ଇଣ୍ଡିଆ ଯୋଜନା ପାଇଁ ୨୯,୦୫୪ କୋଟି ବ୍ୟୟ ବରାଦ କରିଛନ୍ତି।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିମାନଙ୍କୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରିବା।ଯାହା ଦ୍ଵାରା ଭାରତ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ଏବଂ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡିଂ କରି ଏକ ବିଶ୍ୱସ୍ତରୀୟ କ୍ରୀଡା ହବ୍ ହେବା ଆଡକୁ ଅଗ୍ରସର ହୋଇପାରିବ। ଜାତୀୟ କ୍ରୀଡା ମହାସଂଘ (NSF) କୁ ସହାୟତା ପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୭,୩୮୭ କୋଟି ବ୍ୟୟ ବରାଦ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୨୬-୨୭ ବର୍ଷ ପାଇଁ ଏଥିଲାଗି ବଜେଟ ବ୍ୟବସ୍ଥା ପୂର୍ବରୁ ୪୨୫ କୋଟି ଥିଲା। “ଅନୁମୋଦିତ ବଜେଟ୍ ପୂର୍ବ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ତୁଳନାରେ ପ୍ରାୟ ଆଠ ଗୁଣ ଅଧିକ, ଯାହା ଯୁବ ବିକାଶ, ରାଷ୍ଟ୍ର ନିର୍ମାଣ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଶକ୍ତିଶାଳୀ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

ANSF ଯୋଜନା ଭାରତୀୟ ଖେଳାଳି ଏବଂ ଦଳଗୁଡ଼ିକୁ ପ୍ରଶିକ୍ଷଣ, କ୍ରୀଡ଼ା ବିଜ୍ଞାନ, ଆଧୁନିକ ଉପକରଣ, ଅନ୍ତର୍ଜାତୀୟ ତାଲିମ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ, ତାଲିମ ଶିବିର ଏବଂ ୨୦୨୬-୩୧ ଅବଧି ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ।

Leave A Reply

Your email address will not be published.