Latest Odisha News

BREAKING NEWS

କରୋନା ଭାଇରସ ଆତଙ୍କ; ପାରାଦୀପ ବନ୍ଦରରେ ହାଇଆଲର୍ଟ ଜାରି

ପାରାଦୀପ: କରୋନା ଭାଇରସ ଦିନକୁ ଦିନ ମହାମାରୀର ରୂପ ଧାରଣ କରୁଥିବାବେଳେ ଏହାକୁ ନେଇ ସାରା ବିଶ୍ବ ଆତଙ୍କିତ ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି ଭାରତର ୨ୟ ବୃହତ୍ତମ ଆନ୍ତର୍ଜାତିକ ବନ୍ଦର ପାରାଦୀପ ରେ ଏବେ ହାଇ ଆଲାର୍ଟ ଜାରି କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ, କରୋନା ଭାଇରସ ସଂକ୍ରମିତ ଦେଶରୁ ଆସିଥିବା ଜାହାଜ ଗୁଡିକୁ ଆଙ୍କରେଜ ଏରିଆ ବାହାରେ ରଖାଯିବା ସହିତ ୧୪ ଦିନ ପର‌୍ୟ୍ୟନ୍ତ ଦୈନିକ ସେମାନଙ୍କର ସ୍ବାସ୍ଥ୍ୟ ରିପୋର୍ଟକୁ ତର୍ଜମା କରାଯାଉଛି। ଏହା ପରେ ସେମାନଙ୍କୁ ବନ୍ଦରର ବର୍ଥରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଉଛି ।

ଆହୁରି ମଧ୍ୟ ଗତ ଜାନୁୟାରୀ ୨୦ ତାରିଖରେ ଚୀନର ଝେଙ୍ଗଜିଆଙ୍ଗ ବନ୍ଦରରୁ ଆସିଥିବା ଏକ ଜାହାଜ ଚେମରୋଏଡ ଲିଲିକୁ ୧୪ ଦିନ ଧରି ଆଙ୍କରେଜ ବାହାରେ ଅବଜରଭର ରେ ରଖିବା ପରେ ବର୍ଥିଙ୍ଗ ପାଇଁ ଅନୁମତି ପ୍ରଦାନ କରିଛି ପାରାଦୀପ ବନ୍ଦର। ଏହି ଜାହାଜ ବନ୍ଦରର ଇଫକୋ ବର୍ଥରେ ଲାଗିଛି। ୧୪ ଦିନ ଧରି ଏଥିରେ ଥିବା ୨୫ ଜଣ କର୍ମଚାରୀଙ୍କ ଦୈନିକ ସ୍ବାସ୍ଥ୍ୟ ରିପୋର୍ଟ ବନ୍ଦର ଚିକିତ୍ସାଧିକାରୀ ଅନୁଧ୍ୟାନ କରିବା ପରେ ଜାହାଜକୁ ବର୍ଥିଙ୍ଗ ପାଇଁ ଅନୁମତି ଦିଆଯାଇଥିଲା ।

ଅପରପକ୍ଷରେ ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ପ୍ରହଲ୍ଲାଦ ପଣ୍ଡା ସୂଚନା ଦେଇ କହିଛନ୍ତି, “ବର୍ଥିଙ୍ଗ ପୂର୍ବରୁ ଉକ୍ତ କର୍ମଚାରୀ ମାନଙ୍କୁ ସ୍କାନର ମେସିନ ଦ୍ବାରା ଯାଞ୍ଚ କରାଯାଇଥିଲା । ହେଲେ ସେମାନଙ୍କୁ ଜାହାଜରୁ ତଳକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପାରାଦୀପ ବନ୍ଦର ଆଙ୍କରେଜ ଓ ଆଙ୍କରେଜ ବାହାରେ କରୋନା ଭାଇରସ୍ ସଂକ୍ରମିତ ଦେଶରୁ ଆସିଥିବା ୧୧ ଟି ଜାହାଜ ବନ୍ଦରର ସ୍ବାସ୍ଥ୍ୟ ବିଭାଗ ଅବଜରଭର ରେ ରହିଛି।

ଏହି କରୋନା ଭାଇରସ ସଂକ୍ରମିତ ଦେଶରୁ କିମ୍ବା ଏହି ଦେଶ ଦେଇ ଆସିଥିବା ପ୍ରତ୍ୟେକ ଜାହାଜ ୧୪ ଦିନ ଅବଜରଭର ରେ ରହିବା ପରେ ସେମାନଙ୍କୁ ବର୍ଥିଙ୍ଗ ପାଇଁ ଅନୁମତି ଦେଉଛି ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି।

 

Comments are closed.