Latest Odisha News

BREAKING NEWS

ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଲେ ଜସପ୍ରୀତ ବୁମରା

ନୂଆଦିଲ୍ଲୀ: ଭାରତର ଦ୍ରୁତ ତାରକା ବୋଲର ଜସପ୍ରୀତ ବୁମରା ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ସିରିଜ୍‌ର ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୫ରୁ ଗାଲେଠାରେ ଖେଳାଯିବ । ବୋର୍ଡର ମେଡିକାଲ୍ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର‌୍ୟ୍ୟନ୍ତ ବିଶ୍ରାମ ନେବାକୁ କହିଛନ୍ତି ।  ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ବୁମରା ଆହତ ହୋଇଥିଲେ, ଯାହା ଯୋଗୁଁ ସେ ଶେଷ ଦିନିକିଆ ଖେଳିପାରି ନଥିଲେ । ୧୫ ଜଣିଆ ଦଳରେ ଥିଲେ ସାମିଲ ୩୨ ବର୍ଷୀୟ ବୁମରାଙ୍କୁ ଗତ ମଙ୍ଗଳବାର ଭାରତର ୧୫ ଜଣିଆ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା, ମାତ୍ର ତାଙ୍କ ଖେଳିବା ଫିଟନେସ୍ ଉପରେ ନିର୍ଭର କରୁଥିଲା ।  ବୁମରା ଶ୍ରୀଲଙ୍କା ସିରିଜ ବେଳକୁ ଫିଟ୍ ହୋଇଯିବେ ।

ବୁମରାଙ୍କ ବେଙ୍ଗାଲୁରୁସ୍ଥିତ  ସେଣ୍ଟର ଅଫ୍ ଏକ୍ସଲେନ୍ସରେ  ରିହ୍ୟାବିଲିଟେସନ୍ ଚାଲିଛି । ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳରେ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ ସ୍ଥାନ ମିଳିଛି ।  ବୁମରାଙ୍କ ଅନୁପସ୍ଥିତିରେ ସିରାଜଙ୍କ କାନ୍ଧରେ ଦ୍ରୁତ ବୋଲିଂ ବିଭାଗର ମୁଖ୍ୟ ଦାୟିତ୍ୱ ରହିବ। ଏହା ବ୍ୟତୀତ ଗୁରନୁର ବ୍ରାର ମଧ୍ୟ ଦଳର ଅଂଶ ଅଟନ୍ତି, ଯିଏକି ଏ ପର‌୍ୟ୍ୟନ୍ତ ଟେଷ୍ଟ ପଦାର୍ପଣ  କରିନାହାନ୍ତି ।  ବୁମରା ଶ୍ରୀଲଙ୍କା ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳି ୯.୦୦ ହାରାହାରିରେ ମୋଟ ୧୦ଟି ୱିକେଟ୍ ନେଇଛନ୍ତି । ସେ ଗୋଟିଏ ଇନିଂସରେ ୫ଟି ୱିକେଟ ମଧ୍ୟ ହାସଲ କରିଛନ୍ତି । ତେବେ ଶ୍ରୀଲଙ୍କା ମାଟିରେ ସେ ଏପର‌୍ୟ୍ୟନ୍ତ ଗୋଟିଏ ହେଲେ ବି ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି ।  ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏପର‌୍ୟ୍ୟନ୍ତ ୧୭ଟି ଟେଷ୍ଟ ସିରିଜ୍ ଖେଳାଯାଇଛି । ଶେଷଥର ପାଇଁ ୨୦୦୮ରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଥିଲା। ଅର୍ଥାତ୍ ଗତ ୧୮ ବର୍ଷ ହେବ ଦଳକୁ ଭାରତ ବିପକ୍ଷରେ ସିରିଜ୍ ବିଜୟର ପ୍ରତୀକ୍ଷା ରହିଛି ।

Leave A Reply

Your email address will not be published.