ମୟୂରଭଞ୍ଜ:ମୟୂରଭଞ୍ଜ ଉଦଳାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ମୃତ୍ୟୁ ଖବର ଶୁଣି ଜଣେ ଯୁବତୀ ଝୁଲିପଡ଼ିଥିବା ଜଣାଯାଇଛି । ଦୀର୍ଘ ଦିନ ଧରି ଉଭୟେ ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କ କିଛି ଦିନ ଭିତରେ ବାହାଘର ହୋଇଥାନ୍ତା ।
ସୂଚନାନୁଯାୟୀ, ଅନୁଗୁଳର ନାଲକୋରେ କାମ କରୁଥିବା ପିଣ୍ଟୁଙ୍କୁ ପ୍ରେମ କରୁଥିଲେ ମହେଶ୍ବର ସିଂଙ୍କ ଝିଅ ଦେବୀ ସିଂ। ପିଣ୍ଟୁ ସାପ କାମୁଡ଼ାରେ ପ୍ରାଣ ହରେଇଥିବା ଖବର ପାଇବା ପରେ ଦେବୀ ସିଂ ମାନସିକ ଭାରସାମ୍ୟ ହରାଇ ବାଡ଼ି ପଛ ପଟେ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିଲେ । ପ୍ରେମ ପାଇଁ ଦେବୀ ଏଭଳି ଏକ ନିଷ୍ପତ୍ତି ନେଇଥିବା ବେଳେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।