Latest Odisha News

BREAKING NEWS

ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି

ବଡ଼ଚଣା:ଯାଜପୁର ଜିଲ୍ଲା ବଡ଼ଚଣାରେ ପୃଥକ ବଜ୍ରାଘାତ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଅଛନ୍ତି । ଚଣ୍ଡିତଳ ପାଞ୍ଚୟତ କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ମଲ୍ଲିକ (୨୮), ସମିଆ ପଂଚାୟତ ସମ୍ପର୍କୀୟଙ୍କ କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ସଂଜ୍ଞା ହୀନ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେହିପରି ବନ୍ଦାଳ ପାଞ୍ଚୟତର ଜଣେ ଯୁବକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟି ମୃତ ହୋଇଥିବା ସୂଚନା ରହିଛି । ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ଅଭିମନ୍ୟୁ ମଲ୍ଲିକ ଓ ଦିପୁନା ମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ତେବେ ବଡ଼ଚଣା ବିଧାୟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି ଓ ଆହତଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି ।

Comments are closed.