ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୧୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
ସୂଚନା ଅନୁଯାୟୀ, ହୀରାକୁଦକୁ ଏବେ କମ୍ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସନ ହେଉଛି ଅଧିକ ଜଳ। ଏହାରି ମଧ୍ୟରେ ହୀରାକୁଦକୁ ପ୍ରବେଶ କରୁଛି ୧ ଲକ୍ଷ ୭ ହଜାର ୬୯୪ କ୍ୟୁସେକ ଜଳ।
ତେବେ ଉପରମୁଣ୍ଡରେ ବର୍ଷା କମିଥିବାରୁ ଆଗାମୀ ସମୟରେ ଜଳପ୍ରବାହ ଆହୁରି ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ସେହିପରି ଏପଟେ ବନ୍ୟା ପରିସ୍ଥିତି ପରେ ରାଜ୍ୟରେ ଜଳ ବନ୍ଧ ସଂରଚନାର ସୁରକ୍ଷା ଓ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି। ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଥିବାବେଳେ, ଆବଶ୍ୟକ ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।