Latest Odisha News

BREAKING NEWS

ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖିଲେ ଟ୍ରମ୍ପ, ମୁଁ ମାରିବାକୁ ଚାହୁଁନି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ସୋମବାର ଅପରାହ୍ନରେ ମଧ୍ୟସ୍ଥତା ମାଧ୍ୟମରେ ଇରାନ ସହିତ ଆଲୋଚନା ଆରମ୍ଭ ହେବ।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଉପସାଗରୀୟ ଦେଶମାନଙ୍କ ମଧ୍ୟସ୍ଥତା ପରେ ସେ ଇରାନ ଉପରେ ସାମରିକ ଆକ୍ରମଣକୁ ଅସ୍ଥାୟୀ ଭାବରେ ବନ୍ଦ କରିଛନ୍ତି।

ଏୟାର ଫୋର୍ସ ୱାନ (ଆମେରିକା ରାଷ୍ଟ୍ରପତିଙ୍କ ବିମାନ) ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି ଯେ ଆଲୋଚନା ଏକ ସମାଧାନ ଆଡ଼କୁ ନେଇଯିବ। ସେ କହିଛନ୍ତି, “ଆମେ ସେମାନଙ୍କ ସହିତ ଆଲୋଚନା କରୁଛୁ।ମୁଁ ଏକ ଆପୋଷ ସମାଧାନ କରିବାକୁ ଚାହୁଁଛି କିନ୍ତୁ ମୁଁ କାହା ଜୀବନ ନେବାକୁ ଚାହୁଁନାହିଁ କାରଣ ଆକ୍ରମଣ ଦ୍ୱାରା ବହୁତ ଲୋକଙ୍କ ଜୀବନ ଯିବ ।”

ସାଉଦି ଆରବ, ୟୁଏଇ, କତାର ଏବଂ ଓମାନର କୂଟନୈତିକ ପ୍ରୟାସ ଯୋଗୁଁ ସେ ଶୁକ୍ରବାର ପାଇଁ ଯୋଜନା କରାଯାଇଥିବା ଇରାନ ଉପରେ ଏକ ବଡ଼ ଆକ୍ରମଣକୁ ବାତିଲ କରିଛନ୍ତି।

Leave A Reply

Your email address will not be published.