Latest Odisha News

BREAKING NEWS

ଫାଇଲ ଗାୟବ ଘଟଣା: CMO, କ୍ରାଇମବ୍ରାଞ୍ଚକୁ ମିଳିନାହିଁ ତଥ୍ୟ

ଭୁବନେଶ୍ୱର: କନ୍ଧମାଳ ଦଙ୍ଗା ତଦନ୍ତ କମିଶନ ରିପୋର୍ଟ ଓ ଫାଇଲ୍‌ ହଜିବା ଘଟଣା ରାଜ୍ୟରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO), ମୁଖ୍ୟ ସଚିବ ଏବଂ ଗୃହ ବିଭାଗ ପାଖରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କିମ୍ବା ଫାଇଲ୍ ମିଳୁନାହିଁ। ଏନେଇ ଲୋକସେବା ଭବନରେ ତନାଘନା ଜାରି ରହିଥିବାବେଳେ ଏହାର ସିବିଆଇ (CBI) ତଦନ୍ତ ଦାବି କରିଛନ୍ତି ବିଭିନ୍ନ ମହଲ।

ଏହି ଫାଇଲ ହଜିବା ଘଟଣାରେ ଏଯାଏଁ କ୍ରାଇମବ୍ରାଞ୍ଚକୁ ମିଳିନାହିଁ ମଗାଯାଇଥିବା ତଥ୍ୟ। ଫାଇଲ ଗାୟବ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ CMO, ମୁଖ୍ୟ ସଚିବ ଓ ଗୃହ ବିଭାଗକୁ ତଥ୍ୟ ଦେବା ପାଇଁ ଚିଠି କରାଯାଇଥିଲା। ହେଲେ ଏଯାଏଁ ଏହି ତିନୋଟି ବିଭାଗରୁ କୌଣସି ଉତ୍ତର ମିଳିନଥିବା ସୂଚନା ରହିଛି। କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟ ସୂତ୍ର ଅନୁସାରେ, ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକଠାରୁ ଆବଶ୍ୟକ ଦସ୍ତାବିଜ ଓ ତଥ୍ୟ ମଗାଯାଇଥିଲା।

କିନ୍ତୁ ଚିଠିର ଉତ୍ତର ଏଯାଏଁ ଆସିନାହିଁ। ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଇଣ୍ଡର ଚିଠି ଜାରି କରିପାରେ। ତଦନ୍ତରେ ମିଳୁଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।କନ୍ଧମାଳ ଦଙ୍ଗା ତଦନ୍ତ କମିଶନ ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲ କିପରି ଗାୟବ ହେଲା, ଏହା ପଛରେ କାହାର ଭୂମିକା ରହିଛି ଓ ଫାଇଲରେ କଣ ତଥ୍ୟ ଥିଲା, ସେସବୁ ନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.