Latest Odisha News

BREAKING NEWS

କାଠଯୋଡ଼ିକୁ ଡେଇଁଲେ ଯୁବକ; ଉପରେ ରେନକୋଟ୍, ମୋବାଇଲ୍…

କଟକ: କଟକର ସୁଭାସ ସେତୁରୁ ଶନିବାର ସକାଳେ କାଠଯୋଡି ନଦୀକୁ ଡେଇଁ ଜଟଣୀର ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଯାହା ପରେ ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି।

ନିଖୋଜ ଯୁବକ ଜଟଣୀ ଅଞ୍ଚଳର ଲିପୁ ସାହୁ ବୋଲି ଚିହ୍ନଟ କରାଯାଇଛି। ତାଙ୍କ ରେନକୋଟ୍, ଚପଲ ଏବଂ ମୋବାଇଲ୍ ଫୋନ୍ ସେତୁ ଉପରେ ପଡ଼ିଥିବା ଜଣାପଡ଼ିଥିବା ବେଳେ ସେ ନିଖୋଜ ଅଛନ୍ତି। ଫଳରେ ସେ ନଦୀକୁ ଡେଇଁ ପଡିଥିବା ନେଇ ସନ୍ଦେହ ସୃଷ୍ଟି କରିଛି।

ସେତୁ ଉପରେ ଜିନିଷପତ୍ର ଦେଖିବା ପରେ ସ୍ଥାନୀୟ ବାସିନ୍ଦା ବାରଙ୍ଗ ପୋଲିସ ଏବଂ ଅଗ୍ନିଶମ ସେବା ଦଳକୁ ଖବର ଦେଇଥିଲେ। ପରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ।

କାଠଯୋଡିରେ ପ୍ରବଳ ସ୍ରୋତ ଯୋଗୁଁ ସନ୍ଧାନ କାର୍ଯ୍ୟ କଷ୍ଟକର ହୋଇପଡ଼ିଛି। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଯୁବକ ଜଣକ ଘଟଣାସ୍ଥଳରୁ ଭାସି ଯାଇଥିବେ। ଏହାରି ମଧ୍ୟରେ ପୋଲିସ ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.