Latest Odisha News

BREAKING NEWS

ଗାଡ଼ି ଚାଳକ ସାବଧାନ! ବୈଧ ବୀମା ନଥିଲେ ଏବେ ଜବତ ହେବ ଗାଡ଼ି, କଟାଯିବ ଇ-ଚାଲାଣ

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଏବେ ରାଜ୍ୟ ପରିବହନ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଯଦି ବୈଧ ବୀମା ନଥାଏ, ତେବେ ଉକ୍ତ ଗାଡ଼ିକୁ ସିଧାସଳଖ ଜବତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ଏହି କଡ଼ା ପଦକ୍ଷେପ ହାତକୁ ନେଇଥିବା ରିପୋର୍ଟରୁ ଜଣାପଡ଼ିଛି।

ନିୟମ ଅନୁଯାୟୀ, ଜାତୀୟ ଓ ରାଜ୍ୟ ରାଜପଥରେ ଥିବା ବିଭିନ୍ନ ଟୋଲ୍ ଗେଟ୍‌ ଗୁଡ଼ିକରେ ଏବେ ‘ଇ-ଡିଟେକ୍ସନ୍’ (E-detection) ବ୍ୟବସ୍ଥା ମାଧ୍ୟମରେ କଡ଼ା ଯାଞ୍ଚ କରାଯିବ । ଯେତେବେଳେ କୌଣସି ଗାଡ଼ି ଟୋଲ୍ ଗେଟ୍ ଅତିକ୍ରମ କରିବ, ସେହି ସମୟରେ ଅଟୋମେଟିକ୍ ଭାବେ ଗାଡ଼ିର ବୀମା, ଫିଟନେସ୍ ଏବଂ ପ୍ରଦୂଷଣ ପ୍ରମାଣପତ୍ର ଆଦି ଯାଞ୍ଚ ହେବ। ଯଦି କାଗଜପତ୍ର ନଥାଏ, ତେବେ ତୁରନ୍ତ ଗାଡ଼ି ମାଲିକଙ୍କ ନାମରେ ଅନଲାଇନ୍ ମାଧ୍ୟମରେ ଇ-ଚାଲାଣ କଟାଯିବ। ଏହିଇ-ଡିଟେକ୍ସନ୍ ପୋର୍ଟାଲ୍ବ୍ୟବସ୍ଥା ଦ୍ୱାରା ଫାସ୍‌ଟ୍ୟାଗ୍ ଏବଂ କ୍ୟାମେରା ମାଧ୍ୟମରେ ଗାଡ଼ିର ତଥ୍ୟ ସଂଗ୍ରହ କରାଯାଇ ନିୟମ ଖିଲାପକାରୀଙ୍କୁ ଧରାଯାଇପାରିବ। ଯଦି କୌଣସି ଗାଡ଼ି ମାଲିକ ବାରମ୍ବାର ଏହି ନିୟମ ଭାଙ୍ଗନ୍ତି, ତେବେ ଆଇନ ଅନୁଯାୟୀ ତାଙ୍କ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ ହେବା ସହ ଗାଡ଼ିକୁ ମଧ୍ୟ ଜବତ କରାଯିବ ।

ବିଭାଗୀୟ ସୂଚନା ଅନୁଯାୟୀ, ଓଡ଼ିଶାରେ ମୋଟ ୧.୦୧ କୋଟି ଗାଡ଼ି ପଞ୍ଜୀକୃତ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ସେଥିମଧ୍ୟରୁ ମାତ୍ର ୩୫.୬୮ ଲକ୍ଷ ଗାଡ଼ିର ବୈଧ ବୀମା ରହିଥିବା ବେଳେ ବଳକା ୬୫ ଲକ୍ଷରୁ ଅଧିକ ଗାଡ଼ି ବିନା ବୀମାରେ ବେଆଇନ ଭାବେ ରାସ୍ତାରେ ଚାଲୁଛି।

Leave A Reply

Your email address will not be published.