ନୂଆଦିଲ୍ଲୀ: ପର୍ତ୍ତୁଗୀଜ୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡ ମଙ୍ଗଳବାର ଦିନ ତାଙ୍କ ପ୍ରେମିକା ଜର୍ଜିନା ରୋଡ୍ରିଗ୍ୱେଜ୍ଙ୍କୁ ବିବାହ କରିଛନ୍ତି।
ସେ ବିବାହ ପରେ ସୋସିଆଲ ମିଡିଆରେ ପ୍ରଥମ ଫଟୋ ସେୟାର କରି କ୍ୟାପସନ ଦେଇଥିଲେ, “C Love G”। ପଶ୍ଚିମ ପର୍ତ୍ତୁଗାଲର ରାଜଧାନୀ ଲିସବନ୍ ନିକଟସ୍ଥ ଏକ ଉପକୂଳବର୍ତ୍ତୀ ସହର କାସାଇସ୍ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ରୋନାଲ୍ଡଙ୍କ ପାଞ୍ଚ ସନ୍ତାନ ମଧ୍ୟ ଯୋଗ ଦେଇଥିଲେ।
କ୍ରିଷ୍ଟିଆନୋ ରୋନାଲ୍ଡ ଏବଂ ଜର୍ଜିନା ରୋଡ୍ରିଗ୍ୱେଜ୍ ସେମାନଙ୍କର ବିବାହ ଉତ୍ସବକୁ ଗୋପନ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଯଦିଓ ପୂର୍ବରୁ ଖବର ପ୍ରସାରିତ ହୋଇଥିଲା ଯେ ରୋନାଲ୍ଡ ବିବାହ କରୁଛନ୍ତି। ଆଉ ଏବେ ସେ ତାଙ୍କ ବିବାହ ମୁଦି ପିନ୍ଧି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଜର୍ଜିନା ମଧ୍ୟ ତାଙ୍କ ସହିତ ଅଛନ୍ତି।
ରୋନାଲ୍ଡଙ୍କର ପାଞ୍ଚଟି ସନ୍ତାନ ରହିଛନ୍ତି। ସେମାନେ ହେଲେ ନଅ ବର୍ଷ ବୟସ୍କ ଯମଜ ଇଭା ମାରିଆ ଏବଂ ମାଟେଓ, ଆଠ ବର୍ଷ ବୟସ୍କ ଝିଅ ଆଲାନା, ଚାରି ବର୍ଷ ବୟସ୍କ ଝିଅ ବେଲା ଏବଂ ୧୬ ବର୍ଷ ବୟସ୍କ ପୁଅ କ୍ରିଷ୍ଟିଆନୋ ଜୁନିଅର୍। ତେବେ ରୋନାଲ୍ଡୋ ପ୍ରଥମ ଥର ପାଇଁ ୨୦୧୬ ମସିହାରେ ଜର୍ଜିନାଙ୍କୁ ଗୁଚି ଷ୍ଟୋରରେ କାମ କରୁଥିବା ସମୟରେ ଦେଖିଥିଲେ। ରୋନାଲ୍ଡ ତାଙ୍କୁ ପସନ୍ଦ କରିଥିଲେ ଏବଂ ଜର୍ଜିନା ଏକ ସାକ୍ଷାତକାରରେ ଏହାକୁ “ଲଭ୍ ଆଟ ଫାଷ୍ଟ ସାଇଟ୍” ବୋଲି ବର୍ଣ୍ଣନା କରିଥିଲେ।
