ମୁମ୍ବାଇ: ଗୋବିନ୍ଦା ନିଜ ପତ୍ନୀ ସୁନିତା ଆହୁଜାଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସୁନିତାଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ ସେ ରାଗିଯାଇ ତାଙ୍କୁ ତାଙ୍କ ସୀମା ମଧ୍ୟରେ ରହିବାକୁ ଚେତାବନୀ ଦେଇଛନ୍ତି।
ଯେତେବେଳେ ସୁନିତା ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କୁ ସହ-ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ସହିତ ଦେଖିଥିଲେ। ସେତେବେଳେ ସେ ମନ୍ତବ୍ୟ ଦେଇଥିଲେ ଯେ ଗୋବିନ୍ଦା ତାଙ୍କ ଝିଅ ବୟସର ଝିଅ ପାଖରେ ରହିବା ଯୋଗୁ ଲଜ୍ଜିତ ହେବା ଉଚିତ। ଏପରିକି ସେ ଗୋବିନ୍ଦାଙ୍କୁ “ସୁଗାର ଡ୍ୟାଡି” ବୋଲି ମଧ୍ୟ କହିଥିଲେ।
ଏହା ପରେ ଗୋବିନ୍ଦା ସୁନିତାଙ୍କୁ ଚେତାବନୀ ଦେଇଥିଲେ ଯେ ସେ ତାଙ୍କ ବ୍ୟବସାୟକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏପରି କାମ କରୁଛନ୍ତି ଯାହା ତାଙ୍କ ପ୍ରତିଛବିକୁ ଖରାପ କରିବ।
ଗଣମାଧ୍ୟମ ସହ କଥା ହୋଇ ଗୋବିନ୍ଦା କହିଥିଲେ, “ସୁନୀତା ଜୀ, ତୁମେ ମାଆ-ଭଉଣୀ ଉପରେ ଗାଳି ଦେବା ବନ୍ଦ କର। ଯୁବପିଢ଼ିଙ୍କୁ ଯେପରି ବ୍ୟବହାର କରିବ ସେମାନେ ସେହିପରି ବ୍ୟବହାର ଦେବେ। ଯଦି ଲୋକମାନେ ତୁମକୁ ସେଭଳି ଗାଳି ତେବେ ଆମେ ସମସ୍ତେ ଗଭୀର ଲଜ୍ଜିତ ହେବୁ। ଏହା ଠିକ୍ ନୁହେଁ। ଏହା କର ନାହିଁ। ତୁମଠାରୁ ଏହା ଆଶା କରାଯାଏ ନାହିଁ।”
ସୁନୀତା ସମ୍ପ୍ରତି ଗୋବିନ୍ଦାଙ୍କୁ “ସୁଗାର ଡ୍ୟାଡି” ବୋଲି କହିଥିଲେ। ଯାହାର ଉପଯୁକ୍ତ ଉତ୍ତର ଦେଇଥିଲେ ସେ। ଗୋବିନ୍ଦା କହିଥିଲେ, “ଦେଶର ସମସ୍ତ ବଡ଼ ଅଭିନେତା ଯୁବ ବର୍ଗ ସହିତ କାମ କରିଛନ୍ତି। ସେମାନେ ଭଲ ଫିଲ୍ମ, ପ୍ରସିଦ୍ଧି, ନାମ ଏବଂ ସମ୍ମାନ ପାଇଥିଲେ।” ଏବଂ ମୁଁ ଏହି ଯୁବବର୍ଗଙ୍କ ସହିତ କାମ କରିବାର ସୁଯୋଗ ପାଇଲି। ତୁମେ ତୁମର ଛୋଟ ଆଶା ଯୋଗୁଁ ଏକ ବଡ଼ ବ୍ୟବସାୟକୁ ନଷ୍ଟ କରିବାକୁ ଚେଷ୍ଟା କରୁଛ।
ମୁଁ ଭାବୁଛି ଯେ ତୁମକୁ ଭବିଷ୍ୟତରେ କୌଣସି ସ୍ଥାନରେ, କୌଣସି ସମୟରେ ମୋର ଆବଶ୍ୟକତା ପଡ଼ିବ। ତେଣୁ ଦୟାକରି, ଏପରି ବକ୍ତବ୍ୟ ଦେଇ, ଏହି ପୋଡକାଷ୍ଟ ଚଲାଅ ନାହିଁ ଏବଂ ଅପମାନଜନକ ଶବ୍ଦ ବ୍ୟବହାର କରନାହିଁ… ଦୟାକରି ତୁମର ସୀମା ମଧ୍ୟରେ ରୁହ। ଏହା ତୁମକୁ ମୋର ଅନୁରୋଧ।”
