Latest Odisha News

ଘରକୁ ଫେରୁଥିଲେ RI…ହାଣିଦେଲେ ଦୁର୍ବୃତ୍ତ

ପିପିଲି: ଦୁର୍ବୃତ୍ତମାନେ ରାଜସ୍ବନିରୀକ୍ଷକଙ୍କୁ ବିଳମ୍ବିତ ରାତିରେ ହାଣିଲେ । ବିଳମ୍ବିତ ରାତିରେ ପିପିଲି ବ୍ଲକ୍ ମାଟିଆପଡ଼ା RI ଆଶୁତୋଷ ସାହୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ପିପିଲି ଆଠବାଟିଆ ଠାରେ ଆରଆଇ ସାହୁଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ହାଣି ଦେଇଥିଲେ। ଶାବଳରେ ମରଣାନ୍ତକ ଆକ୍ରମଣ ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆଶୁତୋଷ  । ଚିକିତ୍ସା ସମୟରେ ତାଙ୍କ ମୁଣ୍ଡରେ ଷ୍ଟିଚ୍ ପଡ଼ିଥିବା ଜଣାପଡ଼ିଛି।

ଘଟଣାକୁ ନେଇ ଆଶୁତୋଷଙ୍କ ପତ୍ନୀ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ଜମିବାଡ଼ି ବିବାଦରୁ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପରେ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.