ନୂଆଦିଲ୍ଲୀ: ଧରାପୃଷ୍ଠ ବା ପୃଥିବୀରେ କାନ୍ଦିବା ମଣିଷର ସବୁଠାରୁ ସରଳ କାର୍ଯ୍ୟ ମଧ୍ୟରୁ ଗୋଟିଏ ପରି ମନେହୁଏ। କାନ୍ଦିବା ମଣିଷର ସବୁଠାରୁ ସ୍ବାଭାବିକ ଭାବନା। ଆଖିରୁ ଲୁହ ଯେତେବେଳେ ବାହାରେ ମାଧ୍ୟାକର୍ଷଣ ଯୋଗୁଁ ଲୁହ ଆମ ଗାଲ ଦେଇ ତଳକୁ ଝରିଯାଏ। କିନ୍ତୁ ଏଠାରେ ଚିନ୍ତା କରନ୍ତୁ ମହାକାଶରେ ଜଣେ ମହାକାଶଚାରୀ ଯଦି କାନ୍ଦିଥାନ୍ତି ତେବେ ସେମାନଙ୍କ ଲୁହ ତଳକୁ ଝରି ଆସେ ନା ଲୁହ କୁଆଡେ ଯାଏ? ମହାକାଶଚାରୀ ମହାକାଶରେ କାନ୍ଦିଲେ କ’ଣ ହୁଏ? ଏହି ପ୍ରକ୍ରିୟା ମାହାକାଶରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ କାର୍ଯ୍ୟ କରେ। ଆସନ୍ତୁ ସେ ସମ୍ପର୍କରେ ଜାଣିବା..
ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରି ମହାକାଶଯାନର ମାଇକ୍ରୋ ଗ୍ରାଭିଟି (ସୂକ୍ଷ୍ମ ଗୁରୁତ୍ବ) ପରିବେଶରେ, ଲୁହ କେବଳ ତଳକୁ ପଡ଼େ ନାହିଁ ବରଂ, ଆଖି ଚାରିପାଖରେ ଅଟକି ରହି ଏକ ବଡ଼ ପାଣି ବୁନ୍ଦାର ଆକାର ନେଇପାରେ। ଏହି ଲୁହ ଧୀରେ ଧୀରେ ସେହି ଆଖିରେ ରହି ଭାସ୍ୟମାନ ହୁଏ। ଏହାପଛପର କାରଣ ଭୌତିକ ବିଜ୍ଞାନ ରହିଛି।
ମାଇକ୍ରୋ ଗ୍ରାଭିଟିରେ ଲୁହର କ’ଣ ହୁଏ?
ପୃଥିବୀରେ, ଏହି ପ୍ରକ୍ରିୟା ସରଳ। ଲୁହକୁ ନେଇ ଏହି ତଥ୍ୟ ଆପଣଙ୍କୁ ଚକିତ କରିବ। ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ ଭଳି ମାଇକ୍ରୋଗ୍ରାଭିଟି ପରିବେଶରେ ଲୁହକୁ ତଳକୁ ଟାଣିବା ପାଇଁ ପୃଥିବୀ ଭଳି ମାଧ୍ୟାକର୍ଷଣର ପ୍ରଭାବ ନଥାଏ। ତେଣୁ ଲୁହ ଗାଲ ଦେଇ ତଳକୁ ନଯାଇ ଆଖି ଚାରିପାଖରେ ଅଟକି ରହିପାରେ। ଏଠାରେ ଲୁହର ଗତିକୁ ପ୍ରଭାବିତ କରେ ସର୍ଫେସ୍ ଟେନସନ୍। ପାଣିର ଅଣୁମାନେ ପରସ୍ପରକୁ ଆକର୍ଷିତ କରନ୍ତି। ଏହି ଶକ୍ତି ଯୋଗୁଁ ଲୁହ ଏକାଠି ହୋଇ ଆଖି ନିକଟରେ ଅଟକି ରହିପାରେ। ଫଳରେ ଲୁହ ଗାଲ ଦେଇ ତଳକୁ ଯିବା ବଦଳରେ ଆଖି ଉପରେ ଏକ ଗୋଲାକାର ବୁନ୍ଦା କିମ୍ବା ପାଣିର ଆସ୍ତରଣ ଭଳି ଦେଖାଯାଇପାରେ।
କିନ୍ତୁ ପୃଥିବୀରେ ଏହି ପକ୍ରିୟା ଖୁବ୍ ସରଳ ଥାଏ। ଟିୟର ଡକ୍ଟସ୍ ବା ଲୁହର ନଳୀ ଲିକ୍ବିଡ୍ ତିଆରି କରିଥାଏ। ଗ୍ରାଭିଟି ସେହି ଲିକ୍ବିଡ୍କୁ ଗାଲ ଆଡକୁ ଟାଣିଥାଏ। କିନ୍ତୁ ମାଇକ୍ରୋ ଗ୍ରାଭିଟିରେ ଏଭଳି କୌଣସି ଶକ୍ତିନଥାଏ। ଯାହା ଲୁହକୁ ଗାଲର ତଳକୁ ଖସାଇପାରେ ସାହାଯ୍ୟ କରିପାରିବ। ଏହି ଘଟଣାର ଏକ ଡେମୋ କରିଥିଲେ କାନାଡାର ମହାକାଶଚାରୀ କ୍ରିସ୍ ହାଡଫିଲ୍ଡ। ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ରେ ତାଙ୍କ ଆଖିରେ ପାଣି ଦିଆଯିବା ପରେ ଏହା ଗାଲ ଦେଇ ତଳକୁ ଝରିନଥିଲା ବରଂ ଆଖି ଉପରେ ଏକ କ୍ରିଷ୍ଟଲ ଲେୟାର ଭଳି ଜମି ରହିଥିଲା। ପାଣି ବଢ଼ିବା ସହ ବୁନ୍ଦାଟି ମୁହଁ ଉପରେ ଆହୁରି ବଡ଼ ହୋଇଯାଇଥିଲା। ଏଥିରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ଆଖିରୁ ଲୁହ ଗାଲ ଦେଇ ବୋହିବା ବଦଳରେ ତାହା ଗୋଲାକାର ରୂପରେ ଜମିଯାଏ। ମହାକାଶରେ ଯଦି ଅଧିକ ତରଳ ପଦାର୍ଥ ଆଖି ଚାରିପାଖରେ ଜମିଯାଏ ତେବେ ତାହା ଦେଖିବାରେ ବାଧା ସୃଷ୍ଟି କରିଥାଏ।
ଯଦି ସେହି ଲୁହକୁ ପୋଛା ନଯାଏ ତେବେ ସେହି ଲୁହ ଆଖି ପତା, ନାକ ଏବଂ ପୂରା ମୁହଁରେ ବ୍ୟାପିଯାଇପାରେ। ଯାହାଦ୍ୱାରା ଆଖି କୁଣ୍ଡେଇ ହେବା ସହ ଜଳାପୋଡ଼ା ହେବା ଭଳି ସମସ୍ୟା ଦେଖାଦିଏ। ଏପରିକି ଦୃଷ୍ଟିଶକ୍ତି ଯାଇପାରେ। ତେଣୁ ମହାକାଶଚାରୀମାନେ ଆଖିରୁ ଲୁହ ବାହାରିଲେ ତାକୁ ତୁରନ୍ତ ପୋଛିବା ପାଇଁ ଏକ ସ୍ୱତନ୍ତ୍ର କପଡ଼ା ବା ଟିସୁ ବ୍ୟବହାର କରିଥାନ୍ତି।
