Latest Odisha News

BREAKING NEWS

୩୫ ବର୍ଷରେ ପ୍ରଥମ; ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ବାଂଲାଦେଶ ଆଜି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ କରିବାକୁ ଯାଉଛି। ଶାସକ ବିଏନପିର ବରିଷ୍ଠ ନେତା ମିର୍ଜା ଫଖରୁଲ ଇସଲାମ ଆଲମଗିରଙ୍କୁ ଆଗୁଆ ପ୍ରାର୍ଥୀ ବୋଲି ବିବେଚନା କରାଯାଉଛି। ତେବେ ଏହା ୩୫ ବର୍ଷ ମଧ୍ୟରେ ବାଂଲାଦେଶରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ।

ସାଂସଦମାନେ ଆଲମଗିର ଏବଂ ଅବସରପ୍ରାପ୍ତ କର୍ଣ୍ଣେଲ ଓଲି ଅହମ୍ମଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ଯିଏ ୧୧ ଟି ଦଳର ବିରୋଧୀ ମେଣ୍ଟର ପ୍ରାର୍ଥୀ। ନିର୍ବାଚନ କମିଶନଙ୍କ ଅନୁଯାୟୀ, ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ।

ଆଲମଗିର (୭୮) ଶାସକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ପ୍ରାର୍ଥୀ। ଅହମ୍ମଦ (୮୪) ଲିବରଲ ଡେମୋକ୍ରାଟିକ୍ ପାର୍ଟି (LDP)ର ସଭାପତି। ସେ ଜମାତ-ଏ-ଇସଲାମି ନେତୃତ୍ୱାଧୀନ ମେଣ୍ଟର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ କମିଶନ ଅଗଷ୍ଟ ୧୬ ତାରିଖରେ ଉଭୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଅନୁମୋଦନ କରି ସେମାନଙ୍କୁ ବୈଧ ବୋଲି ବିବେଚନା କରିଥିଲେ।

୧୯୯୧ ପରେ ବାଂଲାଦେଶରେ ଏହା ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ଯେଉଁଥିରେ ଜଣେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଅଛନ୍ତି। ପୂର୍ବ ଦଶନ୍ଧି ଗୁଡ଼ିକରେ ରାଷ୍ଟ୍ରପତି ନିର୍ବାଚନ ସାଧାରଣତଃ ସହମତି ଦ୍ଵାରା କିମ୍ବା ବିନା ପ୍ରତିଦ୍ୱନ୍ଦ୍ୱିତାରେ ଅନୁଷ୍ଠିତ ହୋଇଆସୁଛି।

ଅପରପକ୍ଷରେ ବିଜୟୀ ପ୍ରାର୍ଥୀ ଶୁକ୍ରବାର ସନ୍ଧ୍ୟାରେ ବଙ୍ଗଭବନର ଦରବାର ହଲରେ ବାଂଲାଦେଶର ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଘନିଷ୍ଠ ବିଶ୍ୱାସୀ ମହମ୍ମଦ ଶାହାବୁଦ୍ଦିନ୍ ଗତ ମାସରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବାରୁ ରାଷ୍ଟ୍ରପତି ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ଏପରିକି ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ଏପର୍ଯ୍ୟନ୍ତ ପୂରଣ ହୋଇନଥିଲା।

Leave A Reply

Your email address will not be published.