Latest Odisha News

BREAKING NEWS

ମହାକାଶରେ ମିଳିଲା ‘ଦ୍ୱିତୀୟ ପୃଥିବୀ’: ସୁପର-ଆର୍ଥ ଜିଜେ୩୩୭୮ବିର ସନ୍ଧାନ

ନୂଆଦିଲ୍ଲୀ: ସୌରଜଗତ ବାହାରେ ଜୀବସତ୍ତା ଓ ପୃଥିବୀ ଭଳି ପରିବେଶ ଖୋଜୁଥିବା ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ପୃଥିବୀଠାରୁ ମାତ୍ର ୨୫ ଆଲୋକବର୍ଷ ଦୂରରେ ଜିଜେ୩୩୭୮ବି ନାମକ ଏକ ଗ୍ରହର ସନ୍ଧାନ ମିଳିଛି, ଯାହା ନିଜ ତାରାର ହ୍ୟାବିଟେବୁଲ୍ ଜୋନରେ ଅବସ୍ଥିତ। ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଏହି ଗ୍ରହର ଓଜନ ପୃଥିବୀ ତୁଳନାରେ ପ୍ରାୟ ୨.୩ ଗୁଣ ଅଧିକ । ଏହା ଏକ ପଥୁରିଆ ଗ୍ରହ ହୋଇଥାଇପାରେ । ଏହି ଗ୍ରହଟି ନିଜର ତାରାଠାରୁ ପୃଥିବୀ ପାଉଥିବା ସୂର‌୍ୟ୍ୟାଲୋକର ପ୍ରାୟ ୯୦ ପ୍ରତିଶତ ବିକିରଣ ଶକ୍ତି ପାଇଥାଏ ।

ଫଳରେ ଏଠାରେ ଜଳ ସ୍ରୋତ ବା ତରଳ ଜଳ ରହିବା ପାଇଁ ଅନୁକୂଳ ତାପମାତ୍ରା ଥାଇପାରେ ।  ଗ୍ରହଟି ନିଜ ତାରା ଚାରିପାଖରେ ଗୋଟିଏ ପରିକ୍ରମା ଶେଷ କରିବାକୁ ମାତ୍ର ୨୧.୫ ଦିନ ସମୟ ନିଏ, ଅର୍ଥାତ୍ ଏଠାରେ ବର୍ଷକ ମାତ୍ର ୨୧ ଦିନର ।  ଗ୍ରହଟି ପୃଥିବୀର ନିକଟତର ହୋଇଥିବାରୁ ଭବିଷ୍ୟତରେ ମହାକାଶ ଟେଲିସ୍କୋପ୍ ଜରିଆରେ ଏହାର ବାୟୁମଣ୍ଡଳ ଓ ଜୀବସତ୍ତାର ଅନୁସନ୍ଧାନ କରିବା ବୈଜ୍ଞାନିକମାନଙ୍କ ପାଇଁ ସହଜ ହେବ । ୟୁନିଭରସିଟି ଅଫ୍ କାଲିଫୋର୍ନିଆର ମହାକାଶବିଜ୍ଞାନୀମାନଙ୍କ ଅନୁଯାୟୀ, ମହାକାଶର ବିଶାଳତା ତୁଳନାରେ ୨୫ ଆଲୋକବର୍ଷର ଦୂରତା ଆମ ପଡ଼ୋଶୀ ଘର ଭଳି, ଯାହା ଗ୍ରହ ସମ୍ବନ୍ଧୀୟ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିପାରେ ।

Leave A Reply

Your email address will not be published.