Latest Odisha News

BREAKING NEWS

Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍‌,୧୧ ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ:ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଉଛି । ଫଳରେ ଗୁରୁବାର ରାତିରେ ୨ଟି ଓ ଶୁକ୍ରବାର ସକାଳେ ପୁଣି ୪ଟି ମୋଟ ସମୁଦାୟ ୬ଟି ସ୍ଲୁଇସ ଗେଟ୍‌କୁ ବନ୍ଦ କରାଯାଇଛି ।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ୍‌ ୧୧ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବା ସୂଚନା ରହିଛି ।

ସୂଚନାଥାଉକି, ସକାଳ ସାଢ଼େ ୯ଟା ସମୟରେ ମିଳିଥିବା ସୂଚନାନୁସାରେ, ଜଳଭଣ୍ଡାରର ଜଳସ୍ତର ୬୨୧.୫୦ ଫୁଟ ରହିଛି। ଏବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୫୯ ହଜାର ୮୫୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍ ୨ ଲକ୍ଷ ୭ ହଜାର ୧୪୧ ଘନଫୁଟ ଜଳ ନିଷ୍କାସିତ ହେଉଛି।

ସେଥିମଧ୍ୟରୁ ୧୧ଟି ସ୍ଲୁଇସ ଗେଟ୍‌ ଜରିଆରେ ୧ ଲକ୍ଷ ୭୩ ହଜାର ୬୧୩ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ୍‌ ୩୪,୦୬୪ ଘନଫୁଟ ଜଳ ନିଷ୍କାସିତ ହେଉଛି।

Leave A Reply

Your email address will not be published.