ଅତାବିରା:ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡମିଶନ ଆଳରେ ଠକେଇ କରୁଥିବା ଘଟଣାାରେ ଜଣେ ସାଇବର ଠକକୁ ଧରିଛି ପୋଲିସ । ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍ମିଶନ ଆଳରେ ଠକେଇ କରୁଥିବା ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ ପବିତ୍ର ନାଏକ (୨୦) । ସେ ରାୟଗଡ଼ା ଜିଲା କାଶିପୁର ଥାନା ଅଞ୍ଚଳର ଓ ପବିତ୍ର କ ଇଞ୍ଜିନିୟରିଂ କଲେଜରେ ମାର୍କେଟିଂ ଏଜେଣ୍ଟଭାବେ କାମ କରୁଥିଲେ।
ଅଭିଯୁକ୍ତ ପବିତ୍ର ବିଭିନ୍ନ କଲେଜର ଛାତ୍ରୀଛାତ୍ର କିମ୍ବା ସେମାନଙ୍କ ଅଭିଭାବକଙ୍କ ସମ୍ପର୍କରେ ତଥ୍ୟ, ଫୋନ୍ ନମ୍ବର ସଂଗ୍ରହ କରୁଥିଲେ । ପରବର୍ତ୍ତୀ ସମୟରେ ନିଜକୁ ସମ୍ପୃକ୍ତ କଲେଜର କର୍ମଚାରୀ ପରିଚୟ ଦେଇ ଆଡ୍ମିଶନ ଅବଧି ସରି ଯାଉଥିବା କହି ଆଡମିଶନ ପାଇଁ ଅନ୍ଲାଇନ ପେମେଣ୍ଟ କରିବାକୁ ଛାତ୍ରୀଛାତ୍ର କିମ୍ବା ସେମାନଙ୍କ ଅଭିଭାବକଙ୍କ ପାଖକୁ କଲେଜ ଅଧ୍ୟକ୍ଷ କିମ୍ବା କିରାଣିଙ୍କ ନାମରେ କ୍ୟୁଆର ସ୍କାନର ପଠାଇ ଠକୁଥିଲେ ।


Comments are closed.