Latest Odisha News

BREAKING NEWS

କଲମ୍ବୋରେ ଯନ୍ତ୍ରଣାକୁ ହରାଇ ଭାଙ୍ଗିଲେ ଧୋନିଙ୍କ ରେକର୍ଡ, ବିଶ୍ୱ ନଂ୧ ହେବାଠାରୁ ଅଳ୍ପ ଦୂର

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଏବେ ବିଶ୍ୱର ଏକ ନମ୍ବର ୱିକେଟକିପର ବ୍ୟାଟ୍ସମ୍ୟାନ ହେବାର ନିକଟତର ହୋଇଛନ୍ତି ।  ମ୍ୟାଚର ପ୍ରଥମ ଦିନ ଏବଂ ଦ୍ୱିତୀୟ ଦିନରେ କାନ୍ଧରେ ଆଘାତ ସତ୍ତ୍ୱେ ସେ ହାର ମାନିନଥିଲେ ।  ନିଜର ଏହି ସାହସିକ ଇନିଂସ ବଳରେ ସେ ଏମ.ଏସ. ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ପ୍ରଥମ ଇନିଂସରେ ପନ୍ତ ୮୯ ବଲରୁ ୬୩ ରନ୍ (୬ ଚୌକା, ୨ ଛକା) ସଂଗ୍ରହ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୧ତମ ଅର୍ଦ୍ଧଶତକ । ସେ ଧ୍ରୁବ ଜୁରେଲଙ୍କ ସହ ମିଶି ୭ମ ୱିକେଟ୍ ପାଇଁ ୧୧୨ ରନର ଭାଗୀଦାରୀ କରିଥିଲେ, ଯେଉଁଥିରେ ପନ୍ତଙ୍କ ଯୋଗଦାନ ୬୦ ରନ୍ ଥିଲା ।

୬୩ ରନର ଇନିଂସ ବଳରେ ପନ୍ତ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପରେ ସବୁଠାରୁ ଅଧିକ ରନ୍ କରିଥିବା ଭାରତୀୟ ହୋଇଛନ୍ତି । ଏହାସହ ବିଦେଶ ମାଟିରେ ଟେଷ୍ଟରେ ସବୁଠାରୁ ଅଧିକ ରନ୍ କରିଥିବା ଭାରତୀୟ ୱିକେଟକିପର ବ୍ୟାଟର ଭାବେ ନିଜର ଆଦର୍ଶ ଏମ.ଏସ. ଧୋନିଙ୍କୁ ପଛରେ ପକାଇଛନ୍ତି । ଏମ.ଏସ. ଧୋନି ୩୨.୮୪ ହାରାହାରିରେ ୨୪୯୬ ରନ (ବିଦେଶ ମାଟିରେ), ଋଷଭ ପନ୍ତ: ୪୧.୭୦ ହାରାହାରିରେ ୨୫୦୦ରୁ ଅଧିକ ରନ କରିଛନ୍ତି । ବିଦେଶ ମାଟିରେ ଟେଷ୍ଟରେ ୱିକେଟକିପର ଭାବେ ସବୁଠାରୁ ଅଧିକ ରନ୍ କରିବାର ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟଙ୍କ (୪୯.୬୯ ହାରାହାରିରେ ୨୬୩୪ ରନ୍) ନାମରେ ଅଛି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର (୨୫୧୭ ରନ୍) ଅଛନ୍ତି । ପନ୍ତ ବର୍ତ୍ତମାନ ତୃତୀୟ ସ୍ଥାନରେ ଥିଲେ ବି ଗିଲକ୍ରିଷ୍ଟଙ୍କ ରେକର୍ଡ ଭାଙ୍ଗି ବିଶ୍ୱର ନଂ-୧ ହେବାଠାରୁ ମାତ୍ର କିଛି ରନ୍ ଦୂରରେ ଅଛନ୍ତି ।

Leave A Reply

Your email address will not be published.