Latest Odisha News

BREAKING NEWS

ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶାରେ ପଡିପାରେ ପ୍ରଭାବ

ଭୁବନେଶ୍ୱର: ଆଗାମୀ ଦିନରେ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଯାହା ଫଳରେ ଓଡ଼ିଶାର ପାଣିପାଗ ସ୍ଥିତିରେ ପୁଣି ଥରେ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଅଗଷ୍ଟ ୨୮ ତାରିଖ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ୨୯ କିମ୍ବା ୩୦ ତାରିଖ ପାଖାପାଖି ଏହି ପ୍ରଣାଳୀ ଦୃଢ଼ ହୋଇ ଏକ ଲଘୁଚାପ ପ୍ରଣାଳୀରେ ପରିଣତ ହୋଇପାରେ।

କିଛି ଦିନ ମଧ୍ୟରେ ଏହି ପ୍ରଣାଳୀ ଏକ ଡିପ୍ରେସନରେ ପରିଣତ ହୋଇପାରେ। ଫଳରେ ଏହାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇପାରେ।

ଅଗଷ୍ଟ ୨୭ ରୁ ୨୮ ତାରିଖ ମଧ୍ୟରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଏବଂ ଅନ୍ୟାନ୍ୟ ସ୍ଥାନରେ ବର୍ଷା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଏହାର ପ୍ରଭାବ ଓ ବେଗ ନେଇ ସଠିକ୍ ଆକଳନ କରାଯାଇନାହିଁ।

ତେବେ ବନ୍ୟା ପ୍ରବଣ ଏବଂ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ପାଣିପାଗ ବିଭାଗ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦୈନିକ ପୂର୍ବାନୁମାନ ରିପୋର୍ଟ ଏବଂ ସମୟୋଚିତ ସତର୍କତା ପ୍ରସଙ୍ଗଗୁଡ଼ିକ ପ୍ରତି ସତର୍କ ରହିବାକୁ ପଡିବ ବୋଲି ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.