Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ: କେଜ୍ରିୱାଲଙ୍କ ବେଶରେ କୁନି ସମର୍ଥକ

ନୂଆଦିଲ୍ଲୀ:ଦିଲ୍ଲୀରେ ୭୦ଟି ବିଧାନସଭା ସିଟ ପାଇଁ ଆରମ୍ଭ ହୋଇସାରିଛି ଭୋଟ ଗଣତି । କିଏ ବାଜି ମାରିବ ସେନେଇ ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ଦିଲ୍ଲୀ ଓ ଦିଲ୍ଲୀ ବାହାରେ ଆପ୍ ସମର୍ଥକ ଫଳାଫଳକୁ ନେଇ ବହୁତ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ନୀଳ ଓ ଧଳା ରଙ୍ଗର ବେଲୁନରେ ସଜ୍ଜିତ ହୋଇଛି । ସମର୍ଥକମାନେ ଆପ୍ ସମର୍ଥନରେ ପୋଷ୍ଟର ଧରି ନେତାଙ୍କୁ ଉତ୍ସାହିତ କରୁଛନ୍ତି । କେଉଁଠି ଲୋକ ସମର୍ଥନ ଜଣାଉଛନ୍ତି ତ କେଉଁଠି ଆପ୍ ର ଜିତିବା ଆଶା ନେଇ ପ୍ରାର୍ଥନା କରୁଛନ୍ତି ।

ପୁଣି ଥରେ ୨୦୧୫ର ସଫଳତାକୁ ଦୋହରାଇବ ବୋଲି ଆପ୍ ଦଳ ଆଶାବାଦୀ ଥିବା ଜଣାପଡିଛି । ଆପ୍ ର ଜଣେ କୁନି ସମର୍ଥକ ସକାଳୁ ସକାଳୁ କେଜ୍ରିୱାଲଙ୍କ ବାସଭବନରେ ପହଂଚିଯାଇଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ଅରବିନ୍ଦ କେଜ୍ରିୱାଲଙ୍କ ବେଶରେ ନଜର ଆସୁଛନ୍ତି ।

Leave A Reply

Your email address will not be published.