Latest Odisha News

BREAKING NEWS

ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ

ବଡ଼ବିଲ:ଖଣି ମାଫିଆଙ୍କ ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ରେଲୱେ ସାଇଡିଂ ନିକଟରେ ଥିବା ଡମ୍ପିଙ୍ଗ ୟାର୍ଡରୁ ଲୁହାପଥର ଚୋରାଚାଲାଣବେଳେ ପୋଲିସ ଅତର୍କିତ ଚଢ଼ଉ କରି ତିନି ଜଣଙ୍କୁ ଗିରଫ କରିଛି । । ଚଢ଼ଉ ସମୟରେ ଘଟଣାସ୍ଥଳରୁ ଏକ ଲୁହାପଥର ବୋଝେଇ ଟ୍ରକ, ଗୋଟିଏ ଜେସିବି ମେସିନ ଏବଂ ଏକ ସ୍କର୍ପିଓ ଗାଡ଼ିକୁ ପୋଲିସ ଜବତ କରିଛି ।

ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶର ସିଏସ୍ ସୁରେଶ, ରାଉରକେଲା ଅଞ୍ଚଳର ବିଭୁଦେନ୍ଦ୍ର ମହାପାତ୍ର ଏବଂ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭୁଇଁପୁର ଗ୍ରାମର ରାହୁଲ କୁମାର ସେଠୀ।

ଗତକାଲି ରାତିରେ ନୟାଗଡ଼ ରେଲୱେ ସାଇଡିଂ ଅଞ୍ଚଳରୁ ବେଆଇନ ଭାବେ ଲୁହାପଥର ବୋଝେଇ ହୋଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା। ଗୁପ୍ତ ସୂତ୍ରରୁ ଖବରପାଇ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲା

ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୩ ଲକ୍ଷ ଟଙ୍କା, ୩ଟି ମୋବାଇଲ ଫୋନ୍ ଏବଂ ୩ଟି ଓ୍ବାକିଟକି ମଧ୍ୟ ଜବତ କରାଯାଇଛି । ଏହି ରାକେଟ୍ ପଛରେ ଆଉ କାହାର ସମ୍ପୃକ୍ତି ଅଛି ଏବଂ ଏହି ଲୁହାପଥର କେଉଁଠାକୁ ଚାଲାଣ କରାଯାଉଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ

ଏହି ରାକେଟ୍ ପଛରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.