Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ଡ୍ର: ୧-୦ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

କୋଲମ୍ବୋ:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କୋଲମ୍ବୋର ଏସଏସସି  ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଡ୍ର ଭାବେ ଶେଷ ହୋଇଛି । ତଥାପି, ପ୍ରଥମ ଟେଷ୍ଟରେ ମିଳିଥିବା ବିଜୟ ବଳରେ ଭାରତୀୟ ଦଳ ଏହି ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ ରେ କବଜା  କରିଛି ।  ଭାରତ ପ୍ରଥମ ଇନିଂସରେ ଦେବଦତ୍ତ ପାଡିକଲଙ୍କ ୧୧୭ ରନ୍ ଏବଂ ଧ୍ରୁବ ଜୁରେଲଙ୍କ ଅପରାଜିତ ୧୧୫ ରନ୍ ବଳରେ ୫୦୩ ରନର ବିଶାଳ ସ୍କୋର ଛିଡ଼ା କରିଥିଲା ।  ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୯୦ ରନରେ ଅଲଆଉଟ୍ ହେବା ପରେ ଭାରତ ୨୧୩ ରନର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରି ଘରୋଇ ଦଳକୁ ଫଲୋ-ଅନ୍ ଦେଇଥିଲା ।

ଶ୍ରୀଲଙ୍କାର ସୋନାଲ ଦିନୁଷା ଦ୍ୱିତୀୟ ଇନିଂସରେ ଧୈର‌୍ୟ୍ୟପୂର୍ଣ୍ଣ ବ୍ୟାଟିଂ କରି ଅପରାଜିତ ୧୩୩ ରନ୍ ସଂଗ୍ରହ କରିଥିଲେ । ତାଙ୍କର ଏହି ଶତକୀୟ ପାଳି ଯୋଗୁଁ ଶ୍ରୀଲଙ୍କା ପଞ୍ଚମ ଦିନର ଖେଳ ଶେଷ ହେବା ଯାଏଁ ବ୍ୟାଟିଂ କରି ମ୍ୟାଚକୁ ଡ୍ର ରଖିବାରେ ସଫଳ ହୋଇଥିଲା । ସୋନାଲ ଦିନୁଷାଙ୍କୁ ତାଙ୍କର ଏହି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଛି ।

ସଂକ୍ଷିପ୍ତ ସ୍କୋର
ଭାରତ (ପ୍ରଥମ ଇନିଂସ): ୫୦୩/୯ (ଇନିଂସ ଘୋଷଣା) (ଦେବଦତ୍ତ ପାଡିକଲ ୧୧୭, ଧ୍ରୁବ ଜୁରେଲ ୧୧୫, ରିଷଭ ପନ୍ତ ୬୩; ଅସିଥା ଫର୍ନାଣ୍ଡୋ ୪/୧୦୬), ଶ୍ରୀଲଙ୍କା (ପ୍ରଥମ ଇନିଂସ): ୨୯୦/୧୦ (ସୋନାଲ ଦିନୁଷା ୧୦୩, ପସିନ୍ଦୁ ସୂର‌୍ୟ୍ୟବନ୍ଦରା ୮୦, ମାନବ ସୁଥାର ୩/୮୫) ଶ୍ରୀଲଙ୍କା (ଦ୍ୱିତୀୟ ଇନିଂସ – ଫଲୋ-ଅନ୍): ୪୨୯/୯ (ସୋନାଲ ଦିନୁଷା ୧୩୩, ପସିନ୍ଦୁ ସୂର‌୍ୟ୍ୟବନ୍ଦରା ୯୨, କାମିନ୍ଦୁ ମେଣ୍ଡିସ୍ ୫୫; ମାନବ ସୁଥାର ୩/୧୨୧, ରବୀନ୍ଦ୍ର ଜାଡେଜା ୩/୯୪)

Leave A Reply

Your email address will not be published.