Latest Odisha News

BREAKING NEWS

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ

ଭୁବନେଶ୍ୱର: ଶେଷରେ ଓଡ଼ିଶା ସରକାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଇସ୍ତଫା ପତ୍ର ଗ୍ରହଣ କରି ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଜୁଲାଇ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଜୁଲାଇ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ସେ ଇସ୍ତଫା ଦେବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ଶ୍ରୀ ମୀନା ପ୍ରଥମେ ଅନୁଗୁଳ ଏସପି ଭାବେ ଦାୟିତ୍ୱରେ ରହିଥିଲେ । ଏହାପରେ ସେ ଗଞ୍ଜାମ ଜିଲ୍ଲାର ଏସପି ଓ ପରେ କଟକ ଡିସିପି ଭାବେ ଯୋଗ ଦେଇଥିଲେ । ୨୦୨୫ ଫେବ୍ରୁଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ବ ନେଇଥିଲେ ।

Leave A Reply

Your email address will not be published.