Latest Odisha News

BREAKING NEWS

ଏଫ୍‌ଆଇଏଚ ହକି ବିଶ୍ୱକପ : ୭ମ-୮ମ ସ୍ଥାନ ପାଇଁ ବେଲଜିୟମକୁ ଭେଟିବ ଭାରତ

ୱାଭରେ (ବେଲଜିୟମ୍): ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳ ଶୁକ୍ରବାର ନିଜର ଶେଷ ମ୍ୟାଚ୍‌ରେ ଆୟୋଜକ ବେଲଜିୟମ୍‌କୁ ଭେଟିବ । ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବା ପରେ ଉଭୟ ଦଳ ଏହି ମ୍ୟାଚ୍ ଜିତି ୭ମ ସ୍ଥାନରେ ରହି ନିଜର ବିଶ୍ୱକପ୍ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ଭାରତ ତା’ର ଦ୍ୱିତୀୟ ପର‌୍ୟ୍ୟାୟରେ ନେଦରଲ୍ୟାଣ୍ଡସ (୧-୩) ଏବଂ ଆର୍ଜେଣ୍ଟିନା (୩-୫) ନିକଟରୁ ପରାଜିତ ହୋଇ ସେମିଫାଇନାଲ୍ ସୁଯୋଗ ହରାଇଥିଲା । ଅନ୍ୟପଟେ ବେଲଜିୟମ୍ ଅଷ୍ଟ୍ରେଲିଆ ଓ ସ୍ପେନ୍ ବିପକ୍ଷରେ ୧-୧ ଡ୍ର ରଖି ନିଜ ଘରୋଇ ମାଟିରେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା ।

ବିଶ୍ୱକପ୍ ପରେ ପରବର୍ତ୍ତୀ ମାସରେ ଜାପାନରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବାକୁ ଥିବାରୁ, ଭାରତୀୟ ଦଳ ଏହି ମ୍ୟାଚ୍‌ରେ ବିଜୟ ସହ ନିଜର ଆତ୍ମବିଶ୍ୱାସ ଫେରିପାଇବାକୁ ଚାହିଁବ ।  ଦଳ ଆକ୍ରମଣାତ୍ମକ ମନୋଭାବ ଏବଂ ସୁଯୋଗ ସୃଷ୍ଟି କରିବାର କ୍ଷମତା ଦେଖାଇଥିଲେ ବି, ବିଜୟ ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ବେଲଜିୟମ୍ ବିପକ୍ଷରେ ଚାରୋଟିଯାକ କ୍ୱାଟରରେ ସମାନ ଧରଣର ସ୍ଥିରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ । ଭାରତ ପାଇଁ ଡିଫେନ୍ସ, ମିଡଫିଲ୍ଡ ଏବଂ ଆଟାକ୍ ମଧ୍ୟରେ ସଠିକ୍ ସମନ୍ୱୟ ରଖିବା ମୁଖ୍ୟ  ହେବ । ଭାରତୀୟ ଦଳର ମୁଖ୍ୟ କୋଚ୍ କ୍ରେଗ୍ ଫୁଲଟନ୍ କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟକୁ ଏକ ସ୍ମରଣୀୟ ବିଜୟ ସହ ଶେଷ କରିବାକୁ ଆମ ପାଖରେ ଏକ ବଡ଼ ସୁଯୋଗ ରହିଛି ।

Leave A Reply

Your email address will not be published.