Latest Odisha News

BREAKING NEWS

ଚିନ୍ତାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ! : ସର୍ଭେରେ ପଛରେ ନେତ୍ୟାନ୍ୟାହୁଙ୍କ ଦଳ

ଇସ୍ରାଏଲ: ଇସ୍ରାଏଲର ଆଗାମୀ ସାଧାରଣ ନିର୍ବାଚନ ଅକ୍ଟୋବର ରେ ହେବା କୁ ଯାଉଛି ହେଲେ ନିର୍ଵାଚନ ପୁର୍ବରୁ ଗଣମାଧ୍ଯମ ସର୍ଭେକୁ ନେଇ ଚିନ୍ତା ରେ ପ୍ରଧାନମନ୍ତ୍ରୀ। ଶାସକ ଦଳ ‘ଲିକୁଡ’ ବଡ଼ ରାଜନୈତିକ ସଙ୍କଟର ସାମ୍ନା କରିବାକୁ ଯାଉଛି ବୋଲି ଦର୍ଶାଯାଇଛି। ପ୍ରକାଶିତ କେତେକ ନିର୍ବାଚନ ସର୍ଭେରେ ଦଳର ଆସନ ହ୍ରାସ ପାଇବା ପରେ ନେତାନ୍ୟାହୁ ନିଜର ପ୍ରଚାର ରଣନୀତି ପ୍ରସ୍ତୁତ କରିବାରେ ଅସମର୍ଥ ହେଉଥିବା ଜଣାପଡ଼ିଛି।

ଇସ୍ରାଏଲ୍ ଗଣମାଧ୍ୟମ କାନ୍ ନ୍ୟୁଜ୍ ଅନୁଯାୟୀ, ନେତାନ୍ୟାହୁ କିଛି ବ୍ୟକ୍ତିଗତ ଆଲୋଚନାରେ ସ୍ବୀକାର କରିଛନ୍ତି ଯେ, ଲିକୁଡ ଦଳ ପ୍ରାୟ ୧୦ଟି ଆସନ ହରାଇସାରିଛି ଏବଂ ଏହି ହଜିଯାଇଥିବା ସମର୍ଥନକୁ କିପରି ଫେରାଇ ଅଣାଯିବ, ସେ ନେଇ ସେ କୌଣସି ସ୍ପଷ୍ଟ ଉପାୟ ପାଇନାହାନ୍ତି। ଯଦି ନିର୍ବାଚନ ସ୍ଥିତିରେ ତୁରନ୍ତ ପରିବର୍ତ୍ତନ ନଆସେ, ତେବେ ଆଗାମୀ ନିର୍ବାଚନରେ ଲିକୁଡ ଦଳର ପରାଜୟ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ନେତାନ୍ୟାହୁ ନିଜ ସପକ୍ଷରେ ଆସୁଥିବା ସର୍ଭେଗୁଡ଼ିକୁ ସନ୍ଦେହ ଆଖିରେ ଦେଖୁଛନ୍ତି।

ଚ୍ୟାନେଲ୍ ୧୩ର ସର୍ଭେ ଅନୁଯାୟୀ, ଲିକୁଡ ଦଳର ଆସନ ସଂଖ୍ୟା ୨୩ରୁ ଖସି ୧୯ରେ ପହଞ୍ଚିଛି। ଅନ୍ୟପଟେ, ପୂର୍ବତନ ସେନାମୁଖ୍ୟ ଆଇଜେନକୋଟଙ୍କ ନେତୃତ୍ୱାଧୀନ ‘ୟାଶାର’ ଦଳ ୨୪ଟି ଆସନ ଜିତିବା ନେଇ ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ପସନ୍ଦରେ ମଧ୍ୟ ଆଇଜେନକୋଟ ୪୬ ପ୍ରତିଶତ ସମର୍ଥନ ପାଇ ନେତାନ୍ୟାହୁଙ୍କ (୩୫ ପ୍ରତିଶତ) ଠାରୁ ଆଗରେ ରହିଛନ୍ତି। ତେବେ ଲିକୁଡ ଦଳ ଏହି ସମସ୍ତ ରିପୋର୍ଟକୁ ଖଣ୍ଡନ କରି ଏହାକୁ ‘ଫେକ୍ ନ୍ୟୁଜ୍’ ବୋଲି କହିଛି। ନେତାନ୍ୟାହୁଙ୍କ ନେତୃତ୍ୱରେ ଦଳ ପୁଣି ଥରେ ବହୁମତ ହାସଲ କରି ବିଜୟୀ ହେବ ବୋଲି ଦାବି କରିଛି। ଅନ୍ୟପଟେ, ସଙ୍କଟକୁ ଏଡ଼ାଇବା ପାଇଁ ନେତାନ୍ୟାହୁ ବିରୋଧୀଙ୍କ ସହ ମିଶି ଏକ ଏକତା ସରକାର ଗଠନ କରିବା କିମ୍ବା ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ଭଳି ବିକଳ୍ପ ଉପରେ ମଧ୍ୟ ଚିନ୍ତା କରୁଥିବା ଆଲୋଚନା ହେଉଛି।

Leave A Reply

Your email address will not be published.