ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଗୋଟିଏ ପରେ ଗୋଟିଏ କମ୍ପାନୀ ଉପରେ ଚଢା଼ଉ କରୁଛି ଓ ପ୍ରଡକ୍ଟ ବ୍ୟାନ୍ କରୁଛି। । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନେ ହେଲେ ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ ଏବଂ ଲାଲଜୀ ଗୋଧୁ । ‘ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ’ ଏବଂ ‘ଲାଲଜୀ ଗୋଧୁ’(Everest Food Products Pvt Ltd and Laljee Godhoo) ଦ୍ୱାରା ପ୍ରସ୍ତୁତ କମ୍ପାଉଣ୍ଡେଡ୍ ହିଙ୍ଗୁ (Compounded Asafoetida) ର ବିକ୍ରି ଉପରେ FSSAI ସାମୟିକ ଭାବେ ରୋକ୍ ଲଗାଇଛି। ଲ୍ୟାବ୍ ଟେଷ୍ଟରୁ ଏହି ଉତ୍ପାଦଗୁଡ଼ିକ ନିମ୍ନମାନର (Substandard) ଥିବା ପ୍ରମାଣିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଏଫ୍ଏସ୍ଏସ୍ଏଆଇ ପକ୍ଷରୁ କୁହାଯାଇଛି ଜଣେ ଗ୍ରାହକଙ୍କ ଅଭିଯୋଗ ପରେ ପ୍ରମୁଖ ହେଙ୍ଗୁ ବ୍ରାଣ୍ଡ୍ ଗୁଡ଼ିକ ଉପରେ ନଜର ରଖାଯାଇଥିଲା। କମ୍ପାନିର ମୁମ୍ବାଇ ଏବଂ ଉମ୍ବରଗାଓଁ ସ୍ଥିତ ଉତ୍ପାଦନ ୟୁନିଟରୁ ନମୁନା ସଂଗ୍ରହ କରାଯାଇଥିଲା।ସେଗୁଡ଼ିକ ଧାର୍ଯ୍ୟ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲେ। ହେଙ୍ଗୁରେ ଅତିକମ୍ରେ ୫ ପ୍ରତିଶତ ଆଲକୋହଲ୍-ସଲ୍ୟୁବଲ୍ ଏକ୍ସଟ୍ରାକ୍ଟ ରହିବା ଆବଶ୍ୟକ। କିନ୍ତୁ ସେଥିରେ ମାତ୍ର ଶୂନରୁ ୩ ପ୍ରତିଶତ ଆଲକୋହଲ ଦ୍ରବଣୀୟ ସାମଗ୍ରୀ ଥିଲା। ଲାଲ୍ଜୀ ଗୋଧୁ ହେଙ୍ଗୁରେ ୧୫ରୁ ୩୨ ପ୍ରତିଶତ ଷ୍ଟାର୍ଚ୍ଚ ରହିଥିଲା। କିନ୍ତୁ ୧ ପ୍ରତିଶତ ଷ୍ଟାର୍ଚ୍ଚ ରହିବା ନିୟମ ରହିଛି।
ସେହିପରି ଏଭରେଷ୍ଟର ଆଉ ୩ଟି ମସଲାରେ ତ୍ରୁଟି ମିଳିଛି। ହେଙ୍ଗୁ ବ୍ୟତୀତ ଏଭରେଷ୍ଟର ଏଗ୍ କରି ମସଲା, ଚିକେନ୍ ମସଲା ଏବଂ ଗରମ ମସଲାରେ ମଧ୍ୟ ନିୟମ ପାଳନ ହୋଇନଥିବା ଏଫ୍ଏସଏସଏଆଇ ଚିହ୍ନଟ କରିଛି। ତେବେ ଏହି ତିନୋଟି ଉତ୍ପାଦର ବିକ୍ରି ଉପରେ ବର୍ତ୍ତମାନ କୌଣସି ନିଷେଧ ଲଗାଯାଇନାହିଁ।
ଏହି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସରକାର ପ୍ୟାକେଟ୍ବନ୍ଦ ଖାଦ୍ୟ ଓ ପାନୀୟ ସାମଗ୍ରୀ ସମ୍ବନ୍ଧରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଯଦି କୌଣସି ପ୍ୟାକେଟ୍ବନ୍ଦ ଖାଦ୍ୟ ସାମଗ୍ରୀରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ପରିମାଣର ଚିନି, ଲୁଣ କିମ୍ବା ସାଚୁରେଟେଡ୍ ଫ୍ୟାଟ୍ (ସନ୍ତୃପ୍ତ ଚର୍ବି) ଥାଏ, ତେବେ ସେହି ପ୍ୟାକେଟ୍ର ସାମ୍ନା ଭାଗରେ ଏକ ବଡ଼ ଲାଲ୍ ରଙ୍ଗର ଚେତାବନୀ ଚିହ୍ନ ପ୍ରଦର୍ଶିତ ହୋଇପାରେ। ଭାରତର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ଏହି ନୂତନ ଲେବଲିଂ ବ୍ୟବସ୍ଥା ପ୍ରସ୍ତାବ କରିଛି।
ଏହାର ଲକ୍ଷ୍ୟ ହେଉଛି ଗ୍ରାହକମାନେ ପ୍ୟାକେଟ୍ ଖୋଲିବା କିମ୍ବା ଉତ୍ପାଦ କିଣିବା ପୂର୍ବରୁ ମଧ୍ୟ ସହଜରେ ବୁଝିପାରିବେ ଯେ ସେଥିରେ ଅଧିକ ପରିମାଣର ଚିନି, ଲୁଣ କିମ୍ବା ଫ୍ୟାଟ ରହିଛି କି ନାହିଁ।

