ରାଇରଙ୍ଗପୁର: ବିଲରୁ ଫେରୁଥିବା ବେଳେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଚାଷୀ ଆହତ ହୋଇଥିବା ସୂଚନା ରହିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି ।
ଖବରମୁତାବକ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଣକାଟି ଗ୍ରାମର ୫ ଜଣ ମହିଳା ବଣମୁଣ୍ଡା ଗ୍ରାମରେ ଥିବା ବିଲକୁ କାମ କରିବାକୁ ଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା । ଏଥିରେ ଗୁରୁବାରୀ ବେହେରା (୬୨)ଙ୍କ ମୃତ୍ୟୁ ଘଟିଛି ଓ ଲଷ୍ମୀମଣୀ ସି, ପାନମଣି ମହାକୁଡ଼, ବୃନ୍ଦାବତୀ ବେହେରା ସାବିତ୍ରୀ ବେହେରା ପ୍ରମୁଖ ଗୁରୁତର ହୋଇଥିଲେ ।
ଗୁରୁବାରୀ ବେହେରାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଗୁରୁବାରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।


Comments are closed.