Latest Odisha News

BREAKING NEWS

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ଚାକିରି ଦେବା ନାଁରେ ଠକେଇ;୨ ଲକ୍ଷରୁ ହଡ଼ପ ଅଧିକ ଟଙ୍କା ହଡପ

ଜୟପୁର:କୋରାପୁଟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ମାଧ୍ୟମରେ ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ ପଦବୀରେ ଚାକିରି ଯୋଗାଇ ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ନେଇ ରବିବାର ସଦର ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ପ୍ରତିଶ୍ରୁତି ଦେଇ ଟଙ୍କା ନେବା ପରେ ନିଯୁକ୍ତି ନଦେଇ ଏକ ନକଲି ନିଯୁକ୍ତି ପତ୍ର ଧରାଇ ଦେଇଥିବା ନେଇ ତିନି ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ।

ଅନଲାଇନ୍ ମାଧ୍ୟମରେ ଅର୍ଥ ପୈଠ କରିଥିବା ସମସ୍ତ ପ୍ରମାଣ ସହ ପୀଡ଼ିତମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାମୁତାବକ,ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ହଲବା ନିଜକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି କରୁଥିବା କହି ଭରସା ଜିତିଥିଲେ। କେଆରପିସି ଆଉଟ୍ ସୋର୍ସ କୋରାପୁଟ ନାମକ ଏଜେନ୍ସି ମାଧ୍ୟମରେ ଡାକ୍ତରଖାନାରେ ଆଉଟସୋର୍ସିଂ ଚାକିରି କରାଇଦେବାକୁ କହି ପ୍ରଥମେ ଇନ୍‌ସୁରାନ୍ସ ଓ ଆଇ-କାର୍ଡ ବାବଦକୁ ଆବେଦନକାରୀଙ୍କଠାରୁ କିସ୍ତି ଆକାରରେ ୫୦୦୦ ଟଙ୍କା ଲେଖାଏଁ ନେଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଚାକିରି ଦେବା ନାଁରେ ପାଖାପାଖି ୨ ଲକ୍ଷରୁ ଅଧିକ ଟଙ୍କା ଅନଲାଇନ୍ ମାଧ୍ୟମରେ ଟଙ୍କା ନେଇଥିଲେ । କିନ୍ତୁ ଚାକିରି ନମିଳିବାରୁ ଏବଂ ନକଲି ନିଯୁକ୍ତି ପତ୍ର ଧରାପଡ଼ିବାରୁ ପୀଡ଼ିତମାନେ ଟଙ୍କା ଫେରସ୍ତ ମାଗିଥିଲେ। ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ ଓକିଲଙ୍କ ଉପସ୍ଥିତିରେ ଏକ ଲିଖିତ ଆପୋସ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଟଙ୍କା ପରିଶୋଧ ନହେବା ଯାଏଁ ଅଭିଯୁକ୍ତ ନିଜ ସ୍ତ୍ରୀଙ୍କ ନାମରେ ଥିବା ସ୍କୁଟିକୁ ବନ୍ଧକ ସ୍ୱରୂପ ପୀଡ଼ିତଙ୍କ ଜିମାରେ ରଖିଥିଲେ। ମାତ୍ର ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀ ଓଲଟି ଗାଡ଼ି ଛଡ଼ାଇ ନେଇଥିବା ନେଇ ମିଥ୍ୟା ଏଫ୍‌ଆଇଆର୍ ଦେଇଥିବା ଅଭିଯୋଗ ହୋଇଛି।

ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ଉକ୍ତ ଅଭିଯୁକ୍ତ ୨୦୨୪ ମସିହାରେ ବିସିଂପୁର ଅଞ୍ଚଳର ୭ରୁ ୮ ଜଣ ଲୋକଙ୍କୁ ଚାକିରି ଦେବା ନାଁରେ ପାଖାପାଖି ୧ ଲକ୍ଷ ୩୫ ହଜାର ଟଙ୍କା ଠକି ଜେଲ ଯାଇଥିଲେ ବୋଲି ଅଭିଯୋଗକାରୀ ଦୀପକ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.