ନୂଆଦିଲ୍ଳୀ: ଦିଲ୍ଲୀରେ ଫେଲ୍ ମାରିଛି ମୋଦି ମ୍ୟାଜିକ । ପୁଣି ଚମକିଛି କେଜ୍ରିୱାଲଙ୍କ ଲୋକପ୍ରିୟତା । ଦିଳ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ତେବେ ଫଳାଫଳ ଚୂଡାନ୍ତ ହୋଇନଥିଲେ ସୁଦ୍ଧ ଦିଲ୍ଲୀରେ ଆପ୍ର ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ହ୍ୟାଟ୍ରିକ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଟ୍ରେଣ୍ଡ ସହ ଏଗ୍ଜିଟ୍ ପୋଲର ମତ ସମାନ ରହିଛି । ସେପଟେ ଏହାକୁ ନେଇ ଆପ୍ କର୍ମକର୍ତ୍ତାଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି । ଆପ୍ ଶିବିରରେ କର୍ମକର୍ତ୍ତାମାନେ ନଚଗୀତ କରି ସେଲିବ୍ରେସନ୍ କରିଛନ୍ତି । ଦିଲ୍ଲୀରୁ ଆରମ୍ଭ କରି ପଂଜାବ ଏବଂ ମହାରାଷ୍ଟ୍ରର ଆପ୍ ଶିବିରରେ କର୍ମକର୍ତ୍ତାମାନେ ବାଜା ବଜାଇ ପରସ୍ପରକୁ ମିଠା ଖୁଆଇ ବିଜୟ ମନାଉଛନ୍ତି । ଆପ୍ ଶିବିରକୁ ପୁରା ବେଲୁନ୍ ଓ ଫୁଲରେ ସଜା ଯଇଥିବା ଦେଖିବାକୁ ମିଳିିଛି ।
ଅନ୍ୟପଟେ ବିଜେପି ଶିବିର ପୁରା ଖାଁ ଖାଁ ହୋଇଯାଇଛି । ବିଜେପି ମାତ୍ର ୧୨ ଆସନରେ ଆଗୁଆ ଥିବାରୁ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ପ୍ରକାର ନିରାଶ ଭାବ ଦେଖିବାକୁ ମିଳିଛି । ନୂଆଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟ ପୁରା ଶୂନଶାନ ରହିଛି । ଏଠାରେ କୌଣସି କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିନାହିଁ ।
BREAKING NEWS
- ଲଘୁଚାପ ପରେ ରାଜ୍ୟରେ ବଢୁଛି ଗରମ, ଭୁବନେଶ୍ୱରେ ତାପ ସୂଚକାଙ୍କ ୩୮°…
- Vande Mataram: ‘ବନ୍ଦେ ମାତରମ୍’ର କେବଳ ୨ଟି ଛନ୍ଦ କାହିଁକି ଗାଉଛି କଂଗ୍ରେସ? ୮୯ ବର୍ଷ ପୁରୁଣା ନିଷ୍ପତ୍ତି ଶୁଣାଇଲା, ଘେରିଲା ବିଜେପି
- ଟାଇଗର୍ ସାର୍କଙ୍କ ଗହଣରେ ପ୍ରିୟଦର୍ଶୀଙ୍କ ୧୦୦ତମ ଐତିହାସିକ ସ୍କୁବାଡାଇଭ୍
- Pakistan High Commission: ୩ ଦିନରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ବୁଲିଲା ବୁଲଡୋଜର…ହାଇ କମିଶନ ବାହାରୁ ହଟିଲା ଅବୈଧ ନିର୍ମାଣ
- ଫୁଲୁଛି ସୁବର୍ଣ୍ଣରେଖା; ଲୋକେ ଭୟଭୀତ
- ୩୫ ବର୍ଷରେ ପ୍ରଥମ; ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ
- Vijay targets DMK: ‘ସମସ୍ତ ପ୍ରମାଣ ମୋ ଟେବୁଲ୍ରେ ଅଛି…’, ବିଧାନସଭାରେ କାହାକୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ?
- ମଣିପୁରରେ ୩ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ, ଜାଣନ୍ତୁ କାହିଁକି…
- ପୁଣି ବଢିଲା ଅଶୋଧିତ ତୈଳ ମୂଲ୍ୟ; ଭାରତରେ ପଡିବ ପ୍ରଭାବ…
- ଲୋୟର ପିଏମଜିରେ ହଙ୍ଗାମା; ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି

Comments are closed.