Latest Odisha News

BREAKING NEWS

Safety of tourists at Deomali:ଦେଓମାଳିରେ ସୁରକ୍ଷାକୁ ନେଇ ଲାଗିବ CCTV , ଜଗିବେ ସୁରକ୍ଷାକର୍ମୀ;ପର୍ଯ୍ୟଟକଙ୍କ ଉପରେ ହୋଇଥିଲା ଆକ୍ରମଣ

କୋରାପୁଟ:ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଦେଓମାଳିରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣା ପରେ ଦେଓମାଳିରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିବାକୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି ଲଗାଯିବା ସହ ସୁରକ୍ଷା ଏଜେନ୍ସୀ ଯୋଗେ ସୁରକ୍ଷା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି କୋରାପୁଟ ଜିଲ୍ଲାପାଳ । ତେଣୁ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇବା ସହ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ଏଜେନ୍ସୀ ମାଧ୍ୟମରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ । ପର୍ଯ୍ୟଟକଙ୍କ ଗତିବିଧି ଉପରେ ରହିବ ନଜର। ବିଶେଷକରି ସନ୍ଧ୍ୟା ପୂର୍ବରୁ ଦେଓମାଳି ପର୍ବତ ଶିଖରରେ ଥିବା ପର୍ଯ୍ୟଟକଙ୍କ ଉପସ୍ଥିତି ଯାଞ୍ଚ କରାଯିବ। ସନ୍ଧ୍ୟା ପରେ ଯେପରି କୌଣସି ପର୍ଯ୍ୟଟକ ଶିଖରରେ ରହି ନଯାଆନ୍ତି ସେନେଇ ନିଆଯିବ ସତର୍କତାମୂଳକ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଥାଉକି,ଗତ ଶନିବାର ଦେଓମାଳି ବୁଲିବାକୁ ଆସିଥିବା ୫ ପର୍ଯ୍ୟଟକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। ଏଥିସହ ପର୍ଯ୍ୟଟକଙ୍କ ଠାରୁ ମୋବାଇଲ ଓ ଟଙ୍କା ମଧ୍ୟ ଛଡ଼ାଇ ନେଇଥିଲେ ଦୁର୍ବୃତ୍ତ।

ତେବେ ଦେଓମାଳିରେ ପର୍ଯ୍ୟଟକ ସୁରକ୍ଷାକୁ ନେଇ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.