Latest Odisha News

BREAKING NEWS

TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କୋଲକାତା: ତୃଣମୂଳ କଂଗ୍ରେସ ନେତା ଏବଂ କୃଷ୍ଣନଗରରୁ ସାଂସଦ ମହୁଆ ମୋଇତ୍ରଙ୍କ ସୁରକ୍ଷାକୁ ନେଇ କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମଙ୍ଗଳବାର ଦିନ କୋର୍ଟ ମୋଇତ୍ରଙ୍କୁ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ସହିତ ଦୁଇ ଜଣ ଅତିରିକ୍ତ ପୋଲିସ ସୁରକ୍ଷା କର୍ମୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ମହୁଆ ମୋଇତ୍ର ନିଜ ସଂସଦୀୟ କ୍ଷେତ୍ରରେ କାମ କରିବା ସମୟରେ ଆସୁଥିବା ଅସୁବିଧା ଏବଂ ସୁରକ୍ଷାକୁ ନେଇ କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସେ ଅଭିଯୋଗ କରିଛନ୍ତି ଯେ କୃଷ୍ଣନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ତାଙ୍କୁ ବାରମ୍ବାର ବିଜେପି କର୍ମୀ ଏବଂ ସମର୍ଥକଙ୍କ ବିରୋଧ ଏବଂ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି। ଏହା ତାଙ୍କ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରୁଥିଲା। ଏହି ମାମମଲାର ଶୁଣାଣି କରି ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ସିଙ୍ଗଲ୍ ବେଞ୍ଚ କୃଷ୍ଣନଗର ଜିଲ୍ଲାର ଏସପିଙ୍କୁ ସାଂସଦଙ୍କ ସୁରକ୍ଷା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ ମହୁଆ ମୋଇତ୍ରଙ୍କୁ ଆଗାମୀ ୩୦ଦିନ ଭିତରେ ନିଜ ଲୋକସଭା କ୍ଷେତ୍ରର ଗସ୍ତ ସମୟରେ ଦୁଇ ଅତିରିକ୍ତ ପୋଲିସ କର୍ମୀଙ୍କ ନିୟୋଜିତ କରାଯିବ ।

ପ୍ରକାଶ ଯେ, ଅଦାଲତ ସାଂସଦଙ୍କ ଲାଗି ଏକ ସର୍ତ୍ତ ବି ରଖିଛନ୍ତି। ନିଜ ସଂସଦୀୟ କ୍ଷେତ୍ରରେ କୌଣସି ବି ଗସ୍ତରେ ଯିବା ପୂର୍ବରୁ ପ୍ରାୟ ୪୮ଘଣ୍ଟା ପୂର୍ବରୁ ମହୁଆ ମୈତ୍ରାଙ୍କୁ ଇମେଲ୍ ମାଧ୍ୟମରେ ଜିଲ୍ଲା ଏସପିଙ୍କୁ ଲିଖିତ ସୂଚନା ଦେବାକୁ ହେବ । କୋଲକାତା ହାଇକୋର୍ଟଙ୍କ ତରଫରୁ ଜାରି କରାଯାଇଥିବା ଅନ୍ତରୀଣ ଆଦେଶ ୧ ଅକ୍ଟୋବର ୨୦୨୬ପର୍ଯ୍ୟନ୍ତ ଲାଗୁ ରହିବ । ଅଦାଲତ ମାମଲାର ଆାଗାମୀ ଶୁଣାଣି ଲାଗି ୧ ଅକ୍ଟୋବରର ତାରିଖ ଧାର୍ଯ୍ୟ କରିଛନ୍ତି । ଏହାସହ ଏହି ବେଞ୍ଚ୍ ପୋଲିସ ପ୍ରଶାସନକୁ ଆଗାମୀ ଶୁଣାଣି ସମୟରେ କୋର୍ଟରେ ମହୁଆ ମୋଇତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଉଠାଯାଇଥିବା ପଦକ୍ଷେପକୁ ନେଇ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.