Latest Odisha News

BREAKING NEWS

ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର

ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ରାମଗିରି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ। ସମ୍ପତ୍ତି ପାଇଁ ଭାଉଜର ବେକ କାଟିଦେଲା ଦିଅର। ଘଟଣା ସ୍ଥଳରେ ଭାଉଜର ମୃତ୍ୟୁ। ମୃତ ଭାଉଜ ଜଣକ ହେଲେ ୩୫ ବର୍ଷୀୟ ମୀତା ସେଠୀ।

ସୂଚନା ଅନୁସାରେ ସାତ ମାସତଳେ କିଡନୀ ରୋଗରେ ପଡି ସ୍ବାମୀ ବୁଲୁସେଠୀଙ୍କ ମୃତ୍ୟୁ ହେବା ପରେ ଘରେ ଏକା ରହୁଥିଲେ ମୀତା ସେଠୀ। ସମ୍ପତ୍ତି ବାଡ଼ିକୁ କେନ୍ଦ୍ର କରି ଭାଉଜ ଓ ଦିଅର ଭିତରେ ଝଗଡ଼ା ଲାଗିରହିଥିଲା। ମଙ୍ଗଳବାର ସନ୍ଧ୍ୟରେ ସମ୍ପତ୍ତି ପାଇଁ ଭାଉଜକୁ ହାଣିଦେଲା ଦିଅର। ଭାଉଜର ଗଳା ଦିଅର କାଟି ଦେଇଥିବା କୁହାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଶେରଗଡ଼ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି।

 

 

Leave A Reply

Your email address will not be published.