Latest Odisha News

BREAKING NEWS

BCI କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଆଇନ ଶିକ୍ଷାର୍ଥୀଙ୍କୁ ଦଣ୍ଡ ଦେବାର ବିସିଆଇର କୌଣସି ଅଧିକାର ନାହିଁ

ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI)କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। ସୁପ୍ରିମକୋର୍ଟ ବିସିଆଇକୁ ଭର୍ତ୍ସନା କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନେବାର BCIର କୌଣସି ଆଇନଗତ କ୍ଷମତା ନାହିଁ। ଏହାସହ ଛାତ୍ରଛାତ୍ରୀଙ୍କ ଆଚରଣ ସମ୍ପର୍କରେ ଆଇନ ବିଶ୍ୱବିଦ୍ୟାଳୟଗୁଡ଼ିକୁ କିପରି ପଦକ୍ଷେପ ନେବାକୁ ହେବ, ସେଥିରେ ମଧ୍ୟ BCI ନିର୍ଦ୍ଦେଶ ଦେଇପାରିବ ନାହିଁ।

ଜଣେ ଛାତ୍ର ଓକିଲ ଭାବରେ ନାମ ଲେଖାଇବା ପରେ ବାର କାଉନସିଲର ଶୃଙ୍ଖଳାଗତ କ୍ଷମତା ଆରମ୍ଭ ହୁଏ। CJI ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି.ମୋହନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆଇନ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମାମଲା ସେମାନଙ୍କ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନର କ୍ଷେତ୍ରାଧିକାର ମଧ୍ୟରେ ଆସେ। କେବଳ ପ୍ରତିଷ୍ଠାନର ନିୟମ କିମ୍ବା ପ୍ରାସଙ୍ଗିକ ଆଇନ ଦ୍ୱାରା କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ।

ହାଇଦ୍ରାବାଦସ୍ଥିତ NALSAR ୟୁନିଭର୍ସିଟି ଅଫ୍ ଲ’ର ୨୦୨୬ ସ୍ନାତକ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ BCI ପକ୍ଷରୁ ଜାରି ହୋଇଥିବା ଚିଠିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ସମ୍ପର୍କିତ ନିୟନ୍ତ୍ରଣର ଅଧିକାର କେବଳ ସେହି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନର ଅଟେ, ଯେଉଁଠାରେ ସେମାନେ ନାମ ଲେଖାଇଛନ୍ତି।

ଏହି ଖଣ୍ଡପୀଠରେ ବିଚାରପତି ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନା ମଧ୍ୟ ସାମିଲ ଥିଲେ। ଖଣ୍ଡପୀଠ କହିଛନ୍ତି ଯେ, BCI ଯେଉଁ Advocates Act, ୧୯୬୧ ଅଧୀନରେ ଗଠିତ ହୋଇଛି, ସେହି ଆଇନରେ ଛାତ୍ରଛାତ୍ରୀଙ୍କ ବିରୋଧରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା BCIକୁ ଦିଆଯାଇନାହିଁ।

Leave A Reply

Your email address will not be published.