ବାଲେଶ୍ବର: ବନ୍ୟା ଛାଡିଲା ହେଲେ ମାଡିଲା ଜଣ୍ଡିସ୍। ଲଗାଣ ବର୍ଷା ପରେ ଲୋକଙ୍କୁ ଡରାଉଛି ଜଣ୍ଡିସ ରୋଗ। ବାଲେଶ୍ବର ଜିଲ୍ଲା ଗରଡିହୀ ଗାଁରେ ଜଣ୍ଡିସ ଆତଙ୍କ। ଜଣ୍ଡିସରେ ୫ଜଣ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏକାଧିକ ଜ୍ବରରେ ପୀଡ଼ିତ ଅଛନ୍ତି। ଏବେ ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ୍। ପାଣି ପାଇଁ ଜଣ୍ଡିସ ବ୍ୟାପୁଥିବା ଗାଁଲୋକେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ ନୀଳଗିରି ବ୍ଲକ ଗରଡିହୀ ଗାଁ ଲୋକେ ପାଣି ପାଇଁ ସେମାନେ ନିକଟ ବସୁଧା ଟାଙ୍କି ଓ ନଳକୂପ ଉପରେ ଭରଷା କରିଥାଆନ୍ତି। ହେଲେ ଅନେକ ସ୍ଥାନରେ ବସୁଧା ପାଇପ ଫାଟି ଥିବା ବେଳେ ବର୍ଷାର ଗୋଳିଆ ପାଣି ପାଇପ ଦେଇ ଭିତରେ ପ୍ରବେଶ କରୁଛି। ସେହିପରି ପାଇପର ଚାବି ଥିବା ସ୍ଥାନ ଗୁଡିକ ସଫା ହେଉନଥିବା ଅଭିଯୋଗ ହୋଇଛି ।


Comments are closed.