Latest Odisha News

BREAKING NEWS

ଭାରତକୁ ୫ ୱିକେଟରେ ପରାସ୍ତ କରି ୩-୦ରେ ସିରିଜ୍ ପୋଛିନେଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ପ୍ରଥମ ଦୁଇଟି ଦିନିକିଆରେ ବିଜୟ ହାସଲ କରିଥିବା ନ୍ୟୁଜିଲାଣ୍ଡ ଦଳ ଆଜି ୩ ଦିନିକିଆରେ ଭାରତକୁ ୫ ୱିକେଟରେ ପରାସ୍ତ କରିଛି । ଏହାଫଳରେ ଶୃଙ୍ଖଳାକୁ ୩-୦ରେ ଜିତି ପାରିଛି ।

ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସାମ୍ନାରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ନ୍ୟୁଜିଲାଣ୍ଡ ଦଳ ୪୭. ୧ ଓଭରରେ ୫ଟି ୱିକେଟ ହରାଇ ୩୦୦ ରନ ସଂଗ୍ରହ କରିବା ସହିତ ବିଜୟ ହାସଲ କରିପାରିଛି ।

କିୱି ଦଳ ପକ୍ଷରୁ ନିକୋଲସ୍ ୮୦, ଗପ୍ତିଲ୍ ୬୬ ଏବଂ ଗ୍ରାଣ୍ଡହୋମ ଚିତାକର୍ଷକ ୫୮ ରନ ସଂଗ୍ରହ କରିଥିଲେ । ଗ୍ରାଣ୍ଡହୋମ୍ ମାତ୍ର ୨୮ଟି ବଲ ଖେଳି ୩ଟି ଛକା ଓ ୬ଟି ଚୌକା ବଳରେ କରିଥିଲେ ୫୮ ରନ ।

ଭାରତ ପକ୍ଷରୁ ଚହଲ୍ ସର୍ବାଧିକ ୩ ଏବଂ ସାର୍ଦୁଲ ଠାକୁର ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ କରି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.