ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଭୋର ସମୟରେ ପୋଲିସ ଏନକାଉଣ୍ଟର କରିଛି। ଏଥିରେ ଲୋକେଶ ସିଂହ ନାମକ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ଆହତ ହୋଇଛି।
ସିମୁଳିଆ ଥାନା ଅନ୍ତର୍ଗତ ଆଡା ଛକ ନିକଟରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଲୋକେଶ ଏବଂ ତାଙ୍କର ଜଣେ ସହଯୋଗୀ ଡକାୟତି ଯୋଜନା କରୁଥିବା ସୂଚନା ପାଇବା ପରେ ପୋଲିସ ସେମାନଙ୍କୁ ଟ୍ରାକ କରି ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସକୁ ଦେଖି ଲୋକେଶ ଖସିଯିବାକୁ ଚେଷ୍ଟା କରିଥିଲା ଏବଂ ଗୁଳି ଚଳାଇଥିଲା। ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା, ଯେଉଁଥିରେ ଲୋକେଶର ବାମ ଗୋଡରେ ଆଘାତ ଲାଗିଥିଲା। କିନ୍ତୁ ତା ସହଯୋଗୀ ଖସିଯିବାରେ ସଫଳ ହୋଇଥିଲା। ଯାହାପରେ ଚିକିତ୍ସା ପାଇଁ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ବିହାରର ଲୋକେଶ ଭଦ୍ରକ ଏବଂ ବାଲେଶ୍ୱର ସମେତ ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏକ ଆନ୍ତଃରାଜ୍ୟ ଅପରାଧୀ ନେଟୱାର୍କ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି। ଏହି ଗ୍ୟାଙ୍ଗ୍ ବେଆଇନ ଚାନ୍ଦା ଆଦାୟ (ଦାଦା ବାଟି), ଡକାୟତି, ଛିନତାଇ ଏବଂ ବିଭିନ୍ନ ଅଞ୍ଚଳରେ ଥିବା ଏଟିଏମ୍କୁ ଟାର୍ଗେଟ କରୁଥିଲା।

