ରାୟଗଡା: ରାୟଗଡା ଡିଏଫ୍ଓ କଲୋନୀରେ ଅଘଟଣ । ଦଶାହ ଭୋଜି ବେଳେ ଗ୍ୟାସ୍ ସିଲିଣ୍ଡର ପାଇପ୍ ଫାଟି ୩ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଡିଏଫ୍ଓ କଲୋନୀର ଲେନ୍-୧ରେ ଏକ ଦଶାହ ଭୋଜି ପାଇଁ ରୋଷେଇ ଚାଲିଥିଲା । ଭୋଜିରେ ୩ ଜଣ ମହିଳା ଶ୍ରମିକ ପରିବା କଟୁଥିଲେ । ତେବେ ହଠାତ୍ ସିଲିଣ୍ଡର ପାଇପ୍ ଫାଟି ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ସେଠାରେ ବସିଥିବା ୩ ଜଣ ମହିଳା ଶ୍ରମିକ ଜଳି ଯାଇଥିଲେ । ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସେଠାରେ ଉପସ୍ଥିତ ଥିବା ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତିି କରିଥିଲେ । ଚିକିତ୍ସା ପରେ ୩ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।
BREAKING NEWS
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
Comments are closed.