Latest Odisha News

BREAKING NEWS

ପିଟରସନ ଇଂଲଣ୍ଡ ହ୍ବାଇଟ୍-ବଲ୍ ଟିମ୍‌ର ମେଣ୍ଟର ନିଯୁକ୍ତ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍‌ଙ୍କୁ ଇଂଲଣ୍ଡ ପୁରୁଷ ହ୍ବାଇଟ୍-ବଲ୍ (ସୀମିତ ଓଭର) କ୍ରିକେଟ୍ ଦଳର ସ୍ପେଶାଲିଷ୍ଟ ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ସେ ଦଳ ସହିତ କାର‌୍ୟ୍ୟ କରିବେ । ଚଳିତ ମାସରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ୍‌ରୁ ପିଟରସନ୍ ଦଳ ସହ ଯୋଗଦେବେ । ଏହି କୋଚିଂ ଟିମ୍‌ରେ କୋଚ୍ ବ୍ରେଣ୍ଡନ୍ ମ୍ୟାକକୁଲମ, ମାର୍କସ୍ ଟ୍ରେସକୋଥିକ୍, ଟିମ୍ ସାଉଦୀ, ଜୀତନ୍ ପଟେଲ୍ ଏବଂ ସାରା ଟେଲର୍ ମଧ୍ୟ ସାମିଲ ଅଛନ୍ତି ।  ପିଟରସନ୍ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ବିଶ୍ୱକପ୍ ଜିତିବା ଅଭିଯାନରେ ଏହି ଦଳକୁ ସାହାଯ୍ୟ କରିବା ପାଇଁ ମୋତେ ଦାୟିତ୍ୱ ମିଳିଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ ।

୨୦୧୪ ପରେ ପ୍ରଥମ ଥର ପାଇଁ ପୁଣି ଥରେ ଇଂଲଣ୍ଡର ଜର୍ସି ପିନ୍ଧିବା ମୋ ପାଇଁ ଏକ ବଡ଼ ସମ୍ମାନ ଏବଂ ସ୍ମରଣୀୟ ମୁହୂର୍ତ୍ତ । ହେଡ୍ କୋଚ୍ ବ୍ରେଣ୍ଡନ୍ ମ୍ୟାକକୁଲମ୍ କହିଛନ୍ତି, ମୋ ମନରେ କେଭିନ୍ ପିଟରସନ  ପାଇଁ ଅପାର ସମ୍ମାନ ରହିଛି । ଇଂଲିଶ୍ କ୍ରିକେଟ୍ ଉପରେ ତାଙ୍କର ବଡ଼ ପ୍ରଭାବ ରହିଆସିଛି । ତାଙ୍କ ଭଳି ଅଭିଜ୍ଞତା, ଜ୍ଞାନ ଓ ବ୍ୟକ୍ତିତ୍ୱ ଥିବା ଜଣେ କ୍ରିକେଟର୍ ଦଳ ସହ କାମ କରିବାକୁ ଆଗ୍ରହୀ ହେବା ଏକ ଚମତ୍କାର ବିଷୟ ।   ପିଟରସନ୍ ପ୍ରାୟ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ସେ ୧୦୪ଟି ଟେଷ୍ଟ ମ୍ୟାଚ୍‌ରୁ ୮,୧୮୧ ରନ୍, ୧୩୬ଟି ଦିନିକିଆରୁ ୪,୪୪୦ ରନ୍ ଏବଂ ୩୭ଟି ଟି-୨୦ ରୁ ୧,୧୭୬ ରନ୍ (ସମୋଟ ୧୩,୭୯୭ ରନ୍) ସଂଗ୍ରହ କରିଛନ୍ତି । ସେ ଆଶେସ୍ ସିରିଜ୍ ଏବଂ ୨୦୧୦ ଟି୨୦ ବିଶ୍ୱକପ୍ ବିଜେତା ଇଂଲଣ୍ଡ ଦଳର ପ୍ରମୁଖ ସଦସ୍ୟ ଥିଲେ । ଏହାପୂର୍ବରୁ ସେ ୨୦୨୫ ଇଣ୍ଡିଆନ୍ ପ୍ରିମିୟର୍ ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମେଣ୍ଟର ଭାବେ କାର‌୍ୟ୍ୟ କରିସାରିଛନ୍ତି ।

Leave A Reply

Your email address will not be published.