ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜୟଦୁର୍ଗା ନଗର ଅଞ୍ଚଳରେ ପାର୍କିଂ ହୋଇଥିବା ଏକ କାର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳିଯାଇଛି।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଗତକାଲି ରାତିରେ କୌଣସି କାରଣବଶତଃ ହଠାତ୍ କାରଟି ଜଳିଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ତେବେ ଏହି ଘଟଣାରେ କୌଣସି ମୃତାହତର ଖବର ମିଳିନାହିଁ। ଯେତେବେଳେ କି ଗାଡ଼ିଟି ପୋଡି ପାଉଁଶ ହୋଇଯାଇଥିଲା। ଅପରପକ୍ଷରେ ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଲକ୍ଷ୍ମୀସାଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

