Snehangini’s husband suspended:ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଚାକିରିରୁ ସସପେଣ୍ଡ;ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ…
ଭୁବନେଶ୍ୱର:ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ସସପେଣ୍ଡ୍ କରାଯାଇଛି । ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ ।
ଏଥିସହିତ ଭୁବନେଶ୍ୱର ସମବାୟ ମୁଖ୍ୟାଳୟରେ SARCS ଭାବେ କାର୍ଯ୍ୟରତ ଥିଲେ। ରାଜନୈତିକ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମ, ୧୯୫୯ର ନିୟମ-୫ର ଉଲ୍ଲଂଘନ ବୋଲି ଆଦେଶରେ ଉଲ୍ଲେଖ ରହିଛି ।
ନିଲମ୍ବନ ସମୟରେ ମୁଖ୍ୟାଳୟ ଭୁବନେଶ୍ୱର ରହିବ। ଅନୁମତି ନ ନେଇ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏଥିସହ ଓଡ଼ିଶା ସର୍ଭିସ କୋଡ୍ର ନିୟମ-୯ ଅନୁଯାୟୀ ତାଙ୍କୁ ନିର୍ଦ୍ଧାରିତ ଜୀବିକା ଭତ୍ତା ପ୍ରଦାନ କରାଯିବ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି।
ଓଡ଼ିଶା ସିଭିଲ ସର୍ଭିସେସ (କ୍ଲାସିଫିକେସନ, କଣ୍ଟ୍ରୋଲ ଆଣ୍ଡ ଅପିଲ) ରୁଲ୍ସ, ୧୯୬୨ର ରୁଲ ୧୦(୧) ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଥିବା ଆଦେଶରେ କୁହାଯାଇଛି।

