Latest Odisha News

BREAKING NEWS

ସ୍ତ୍ରୀକୁ ହତ୍ୟା କରି ନାହିଁ କୌଣସି ଅନୁତାପ, ପୁଣିଥରେ ଆଉ ଏକ ହତ୍ୟା କରିବି: ଏଭଳି ଦାବି କରି ଚର୍ଚ୍ଚାରେ ହତ୍ୟାକାରୀ ସ୍ୱାମୀ

ଗୌହାଟୀ: ପତ୍ନୀଙ୍କୁ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିବା ଘଟଣାରେ ଅଭିଯୁକ୍ତ ସ୍ୱାମୀ ରାମାନୁଜ ଗୋସ୍ୱାମୀ ରବିବାର ଦିନ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ତାକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ତାକୁ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଥିଲା। ପୋଲିସ ଅନୁଯାୟୀ, ରାମାନୁଜ ନିଜ ୨୫ ବର୍ଷୀୟା ପତ୍ନୀ ରିଆ ତାଲୁକଦାରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପଡ଼ୋଶୀଙ୍କ ଅଭିଯୋଗ ପରେ, ଯେଉଁ ଘରରୁ ରିୟାଙ୍କର ମୃତଦେହ ମିଳିଥିଲା, ସେହି ଘରର ତାଲା ଭାଙ୍ଗି ଯାଇଥିଲା।

କୋର୍ଟ ବାହାରେ, ରାମାନୁଜ ହତ୍ୟା କରିଥିବା ସ୍ୱୀକାର କରି କହିଥିଲେ ଯେ ନିଜ ପତ୍ନୀଙ୍କୁ ହତ୍ୟା କରି ତାର କୌଣସି ଅନୁତାପ ନାହିଁ। ଜେଲରୁ ମୁକ୍ତ ହେବା ପରେ ସେ ଅନ୍ୟ ଜଣଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲା। ସେପ୍ଟେମ୍ବର ୬ ତାରିଖରେ ଗୌହାଟୀରେ ଦମ୍ପତିଙ୍କ ଆପାର୍ଟମେଣ୍ଟରୁ ପ୍ରବଳ ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଉକ୍ତ ମାମଲାଟି ସାମ୍ନାକୁ ଆସିଥିଲା।

ମିଡିଆ ରିପୋର୍ଟ ଅନୁସାରେ, ପଡ଼ୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ ଯେ ଦମ୍ପତି ଦୁଇ ଦିନ ଧରି ଦେଖାଯାଉନଥିଲେ ଏବଂ ପଡ଼ୋଶୀମାନେ ତାଙ୍କୁ ଶେଷଥର ପାଇଁ ତାଙ୍କ ଘରେ ଦୁଇ ଦିନ ପୂର୍ବେ ଦେଖିଥିଲେ। ସେମାନଙ୍କର ଉଭୟ ଫୋନ୍ ବନ୍ଦ ଥିଲା। ରବିବାର ଦିନ ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ମହିଳାଙ୍କ ଖଣ୍ଡବିଖଣ୍ଡ ମୃତଦେହ ଦେଖିଥିଲା। ତାଙ୍କ ଆଙ୍ଗୁଠି ମଧ୍ୟ କାଟି ଦିଆଯାଇଥିଲା ଏବଂ ମୁଣ୍ଡ ନଥିବା ଜଣାପଡ଼ିଥିଲା। ପରେ ଘରର ଫ୍ରିଜ୍‌ରୁ ପଲିଥିନ୍‌ ବ୍ୟାଗ୍‌ରେ ରଖାଯାଇଥିବା ମୁଣ୍ଡକୁ ପୋଲିସ ଉଦ୍ଧାର କରିଥିଲା। ପରେ ମୃତଦେହଟି ରିଆ ତାଲୁକଦାରଙ୍କ ବୋଲି ଚିହ୍ନଟ ହୋଇଥିଲା।

କିଛି ମାସ ପୂର୍ବରୁ ରିଆ ତାଲୁକଦାର ଅଭିଯୁକ୍ତ ରାମାନୁଜଙ୍କୁ ବିବାହ କରିଥିଲେ। ତେବେ ହତ୍ୟାର ପ୍ରକୃତ କାରଣ କ’ଣ, ଘଟଣାର ସମ୍ପୂର୍ଣ୍ଣ କ୍ରମ କିପରି ଥିଲା ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଳାଇଛି। ହତ୍ୟା ପଛରେ ପ୍ରକୃତ ଉଦ୍ଦେଶ୍ୟ ଉନ୍ମୋଚନ ପାଇଁ ପୋଲିସ ବର୍ତ୍ତମାନ ରାମାନୁଜଙ୍କୁ ପଚରାଉଚରା କରୁଛି। ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ସ୍ୱାମୀ ରାମାନୁଜ ଗୋସ୍ୱାମୀ କହିଛି ଯେ ହତ୍ୟା ପରେ ସେ ତା ସ୍ତ୍ରୀର ମୃତଦେହକୁ କୁକୁରକୁ ଖାଇବାକୁ ଦେବାକୁ ଯୋଜନା କରିଥିଲା, କିନ୍ତୁ ତା ଯୋଜନା କୌଣସି କାରଣରୁ କାର୍ଯ୍ୟକାରୀ ହୋଇନଥିଲା। ବର୍ତ୍ତମାନ ପୋଲିସ ଦ୍ୱାରା ଏହି ଦାବିକୁ ନିଶ୍ଚିତ କରାଯାଇ ନାହିଁ। ମାମଲାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.