Latest Odisha News

BREAKING NEWS

ନାଗୋୟାରେ ପ୍ରବଳ ବନ୍ୟା: ଏସୀୟ କ୍ରୀଡ଼ା ଉପରେ ପଡ଼ିବ ନାହିଁ କୌଣସି ପ୍ରଭାବ

ନାଗୋୟା: ଏସୀୟ କ୍ରୀଡ଼ା ଆରମ୍ଭ ହେବାର ମାତ୍ର ୧୦ ଦିନ ପୂର୍ବରୁ ଜାପାନର ନାଗୋୟା ସହରରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରର ରାସ୍ତାଘାଟ ଓ ଘରଦ୍ୱାର ଜଳମଗ୍ନ ହୋଇପଡ଼ିଛି । ତେବେ ଏହି ବନ୍ୟା ସତ୍ତ୍ୱେ ଏସୀୟ କ୍ରୀଡ଼ା ନିର୍ଦ୍ଧାରିତ ସମୟ ଅନୁସାରେ ଅନୁଷ୍ଠିତ ହେବ ବୋଲି ସହରର ମେୟର ଇଚିରୋ ହିରୋସାୱା ସ୍ପଷ୍ଟ କରିଛନ୍ତି । ବନ୍ୟା ଯୋଗୁଁ ଏସୀୟ କ୍ରୀଡ଼ାରେ ଭାଗ ନେବାକୁ ପହଞ୍ଚିଥିବା ୪୦୦ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସହରର ବସ୍ ଓ ମେଟ୍ରୋ ସେବା କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରାୟ ୩,୫୦୦ ଲୋକ ଜରୁରୀକାଳୀନ ଆଶ୍ରୟସ୍ଥଳୀରେ ରହୁଛନ୍ତି । କିଛି ଷ୍ଟାଡିୟମର ଛାତରୁ ପାଣି ଗଳୁଥିବା ରିପୋର୍ଟ ଆସିଥିଲେ ବି କ୍ରୀଡ଼ା ଭେନ୍ୟୁଗୁଡ଼ିକର କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ମେୟର ପ୍ରକାଶ କରିଛନ୍ତି ।  ଆସନ୍ତା ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର‌୍ୟ୍ୟନ୍ତ ନାଗୋୟା ଓ ଆଇଚିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥର ଏସୀୟ କ୍ରୀଡ଼ା ପାଇଁ ଭାରତର କ୍ରୀଡ଼ା ମନ୍ତ୍ରଣାଳୟ ୭୬୮ ଜଣିଆ ଦଳକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ୫୦୩ ଜଣ ଖେଳାଳି ଓ ୨୫୫ ଜଣ ସପୋର୍ଟ ଷ୍ଟାଫ୍  ସାମିଲ ଅଛନ୍ତି ।

ସହଦେବ ଯାଦବ ଭାରତୀୟ ଦଳର ପ୍ରମୁଖ ଏବଂ ଡାକ୍ତର ଦିନଶ ପାର୍ଡିୱାଲା ମୁଖ୍ୟ ମେଡିକାଲ ଅଫିସର ଭାବେ ଦାୟିତ୍ୱ ତୁଲାଇବେ । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ମହିଳା ଦଳ ସେପ୍ଟେମ୍ବର ୧୪ରେ ନାଗୋୟା ପହଞ୍ଚିବ । ଦଳ ସେପ୍ଟେମ୍ବର ୧୮ରେ ସିଧାସଳଖ କ୍ୱାଟର ଫାଇନାଲରୁ ନିଜର ଅଭିଯାନ ଆରମ୍ଭ କରିବ । ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପୁରୁଷ ଦଳ ସେପ୍ଟେମ୍ବର ୧୯ରେ ଜାପାନ ଯାତ୍ରା କରିବ । ଏହି ଦଳରେ ଯୁବ ଖେଳାଳି ୱୈଭବ ସୂର‌୍ୟ୍ୟବଂଶୀ ମଧ୍ୟ ସାମିଲ ଅଛନ୍ତି । ଏହାପୂର୍ବରୁ ଖେଳାଳିଙ୍କ ରହିବା ଓ ଷ୍ଟାଡିୟମ୍ ସୁବିଧାକୁ ନେଇ ଈଉଉଓ ଓ ଚଉଈ ଆୟୋଜକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଖେଳାଳିଙ୍କୁ ଷ୍ଟାଡିୟମରୁ ୨୦ କିମି ଦୂରରେ ଥିବା ଛୋଟ ହୋଟେଲ ରୁମ୍‌ରେ ରଖାଯାଇଥିବା ଏବଂ ଡ୍ରେସିଂ ରୁମ୍ ପରିବର୍ତ୍ତେ ଟେଣ୍ଟ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହାଉପରେ ଜାପାନ କ୍ରିକେଟ୍ ଆସୋସିଏସନର ସିଇଓ ନାଓକି ଆଲେକ୍ସ ମିୟାଜୀ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ସୀମିତ ସମ୍ବଳ ମଧ୍ୟରେ ଖେଳାଳିଙ୍କ ଆରାମ ପାଇଁ ଅସ୍ଥାୟୀ ଡ୍ରେସିଂ ରୁମ୍, ଶୌଚାଳୟ ଓ ଶ୍ରୀଲଙ୍କା କ୍ୟୁରେଟରଙ୍କ ସାହାଯ୍ୟରେ ବିଶ୍ୱସ୍ତରୀୟ ହାଇବ୍ରିଡ୍ ପିଚ୍ ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.