ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଷ୍ଟ୍ରେଲିଆ-ଏ ବିପକ୍ଷ ଆଗାମୀ ସିରିଜ୍ ପାଇଁ ଇଣ୍ଡିଆ-ଇ ଦଳ ଘୋଷଣା କରିଛି । ଏହି ସିରିଜ୍ର ସମସ୍ତ ମ୍ୟାଚ୍ ପୁଡୁଚେରୀରେ ଖେଳାଯିବ । ଏଥିରେ ୨ଟି ମଲ୍ଟି-ଡେ (୪-ଦିନିଆ) ଏବଂ ୩ଟି ଦିନିକିଆ ମ୍ୟାଚ୍ ସାମିଲ ରହିଛି । ଆଘାତ କାରଣରୁ ପ୍ରାୟ ୫ ମାସ ଧରି କ୍ରିକେଟ୍ରୁ ଦୂରରେ ଥିବା ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ସାମିଲ କରାଯାଇଛି । ତେବେ ତାଙ୍କର ଖେଳିବା ଫିଟ୍ନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ । ୨୦୨୬ ପରଠାରୁ ସେ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳିନାହାନ୍ତି ।
୨୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ୪-ଦିନିଆ ମ୍ୟାଚ୍ ସିରିଜ୍ ପାଇଁ ଦେବଦତ୍ତ ପଡ଼ିକ୍କଲଙ୍କୁ ଅଧିନାୟକ ଏବଂ ସାଇ ସୁଦର୍ଶନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ୬ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ୩ଟି ମ୍ୟାଚ୍ର ଦିନିକିଆ ସିରିଜ୍ରେ ରୁତୁରାଜ ଗାଏକ୍ୱାଡ ନେତୃତ୍ୱ ନେବେ ଏବଂ ପଡ଼ିକ୍କଲ ଉପ-ଅଧିନାୟକ ରହିବେ । ଅମନ ମୋହାଡେ, ଆୟୁଷ ପାଣ୍ଡେ ଏବଂ ଶେଖ୍ ରଶିଦଙ୍କ ପରି ଯୁବ ପ୍ରତିଭାଙ୍କୁ ପ୍ରଥମ ଥର ପାଇଁ ଇଣ୍ଡିଆ-ଇ ସୁଯୋଗ ମିଳିଛି । ସିରିଜ୍ର ସୂଚୀ : ୨୨-୨୫ ସେପ୍ଟେମ୍ବର-ପ୍ରଥମ ମଲ୍ଟି-ଡେ ମ୍ୟାଚ୍ , ୨୯ ସେପ୍ଟେମ୍ବର – ୨ ଅକ୍ଟୋବର ଦ୍ୱିତୀୟ ମଲ୍ଟି-ଡେ ମ୍ୟାଚ୍, ଅକ୍ଟୋବର ୬- ପ୍ରଥମ ଦିନିକିଆ : ଅକ୍ଟୋବର ୯-ଦ୍ୱିତୀୟ ଦିନିକିଆ , ୧୧ ଅକ୍ଟୋବର -ତୃତୀୟ ଦିନିକିଆ ।

