Latest Odisha News

BREAKING NEWS

ଉପମୁଖ୍ୟମନ୍ତ୍ରୀଙ୍କ ପିଏ କହି ଲୁଟୁଥିଲା ଟଙ୍କା, ଆଉ ତାପରେ..

ଭଦ୍ରକ: ପୋଲିସ ହାତରେ ହାଇ ପ୍ରୋଫାଇଲ ଲୁଟେରା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପିଏ ପରିଚୟ ଦେଇ ବିଭିନ୍ନ ଲୋକଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଜଗନ୍ନାଥ ବହଳିଆ ନାମକ ଯୁବକ ସିମୁଳିଆ ମଇତାପୁର ଗାଁର ସୌରଭ ମହାପାତ୍ରଙ୍କୁ ରେଲୱେରେ ଚାକିରି କରାଇ ଦେବ ବୋଲି କହିଥିଲେ । ଏପରିକି ଏଥିପାଇଁ ୧୫ ଲକ୍ଷ ଟଙ୍କା ନେଇ ନକଲି ନିଯୁକ୍ତିପତ୍ର ଦେଇଥିଲେ । ସୌରଭ ନକଲି ନିଯୁକ୍ତିପତ୍ର ପାଇବା ଖବର ଜାଣିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଆଉ ପୋଲିସ ଦୀଘାରୁ ଅଭିଯୁକ୍ତକୁ ଗିରଫ କରି ଭଦ୍ରକ ଆଣିଛି ।

କେବଳ ସୌରଭ ନୁହଁନ୍ତି ଜଗନ୍ନାଥ ବହୁତ ଲୋକଙ୍କୁ ଚାକିରୀର ପ୍ରଲୋଭନ ଦେଖାଇ ଲୁଟ କରିଥିବା କୁହାଯାଉଛି । ଧାମନଗର ଅଞ୍ଚଳର ଜଗନ୍ନାଥ ବହଳିଆ ଦୀର୍ଘଦିନ ହେଲା ଜଗନ୍ନାଥପୁରପୁର ଅଞ୍ଚଳରେ ରହି କଳାକାରନାମା ଚଳାଇଥିଲା । ବିଭିନ୍ନ ବଡବଡ ନେତାଙ୍କ ସହ ଫଟୋ ଉଠାଇ ସେମାନଙ୍କ ସହ ସମ୍ପର୍କ ରହିଛି ସେ କହୁଥିଲା । ଏହାପରେ ଚାକିରି ଲୋଭ ଦେଖାଇ ଲୁଟ କରୁଥିଲା ବୋଲି ପୋଲିସ କହିଛି । ବିଭିନ୍ନ ବଡ଼ବଡ଼ ନେତାଙ୍କ ସହ ଫଟୋ ଉଠେଇ ସେମାନଙ୍କ ସହିତ ସମ୍ପର୍କ ଥିବା କହି ଅନେକ ଅନେକ ବ୍ୟକ୍ତିଙ୍କ ଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠିକିଥିବା ଅଭିଯୋଗ ଆସିଥିଲା। ଅଭିଯୋଗ ପାଇ ପୋଲିସ ବହୁ ତନାଘନା ପରେ ପଶ୍ଚିମବଙ୍ଗ ଦୀଘାରୁ ଅଭିଯୁକ୍ତକୁ ଗିରଫ କରି ଭଦ୍ରକ ଟାଉନ ଥାନାକୁ ଆଣିଛି।

ତେବେ ଏହି ଅଭିଯୁକ୍ତଙ୍କ ଗୁମର ଖୋଲିବା ବେଳେ ତା ସହିତ ଆଉ କେଉଁମାନେ ସଂଯୁକ୍ତ ଅଛନ୍ତି ଆଉ କେତେଜଣ ପାଖରୁ ଚାକିରି କରେଇ ଦେବାକୁ କହି ଟଙ୍କା ନେଇଛି ପୋଲିସ ତଦନ୍ତ ଆରମ୍ଭ କରିଛି। ଏପରିକି ବିଜେପି ସାଂସଦ ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀଙ୍କ ଫେକ ପେଡ ଜଗନ୍ନାଥଙ୍କ ନିକଟରୁ ଜବତ ହେଇଥିବା ବେଳେ ବହୁ ସରକାରୀ ଅନୁଷ୍ଠାନର ଫେକ ନିଯୁକ୍ତି ପ୍ରମାଣପାତ୍ରକୁ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତ ଜଗନ୍ନାଥକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.