Latest Odisha News

BREAKING NEWS

ବାପର ଧାରୁଆ ଅସ୍ତ୍ର ଆକ୍ରମଣରେ ପୁଅ ମୃତ

ଭଦ୍ରକ: ପାରିବାରିକ କଳହର କୁପରିଣତି। ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚୁନିଦା ଅଞ୍ଚଳରୁ ଆସିଛି ଏଭଳି ଘଟଣା। ସୂଚନା ଅନୁଯାୟୀ ବାପା ରବି ସାହୁଙ୍କ ପୁଅ ବିକାଶ ସାହୁ (୩୨) ମଧ୍ୟରେ କୌଣସି କାରଣ ପାଇଁ ବିବାଦ ଥିଲା। ଆଜି ଉଭୟଙ୍କ ମଧ୍ୟରେ ଝଗଡା ପରେ ବାପା ବୋହୂକୁ ଘରେ କବାଟ ବନ୍ଦ କରି ଏକ ଛୁରାରେ ପୁଅକୁ ଆକ୍ରମଣ କରିଥିଲେ। ବାପା ଆକ୍ରମଣରେ ବିକାଶ ଗୁରୁତର ହେବା ପରେ ତାଙ୍କୁ ସ୍ଥାନୀୟ ଲୋକମାନେ ମେଡିକାଲରେ ଭର୍ତ୍ତି କରିଥିଲେ।

ମେଡ଼ିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ବାପା ରବି ସାହୁ ପୂର୍ବରୁ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିବା ଶୁଣିବାକୁ ମିଳେ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଁଞ୍ଚ ତଦନ୍ତ ଆରମ୍ଭ କରିଥିବା ବେଳେ ବାପା ରବି ସାହୁ ପୁଅକୁ ହତ୍ୟା କରି ପଳାଇ ଯାଉଥିବା ସମୟରେ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଥିଲେ। ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ୍। ଏହି ଘଟଣା ଏବେ ଭଦ୍ରକରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.